କେନ୍ଦ୍ରାପଡ଼ା: ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ରାସ୍ତା ପାର୍ଶ୍ବରେ ଥିବା ପୋଖରୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ପାଟକୁରା ଥାନା ଅନ୍ତର୍ଗତ ତଳଗାଁର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ । ତେବେ ପୋଖରୀ ଭିତରୁ ଏକ ମୋଟରସାଇକଲ ମଧ୍ୟ ଉଦ୍ଧାର ହୋଇଛି।
ସୂଚନାଅନୁଯାୟୀ ୨ ଯୁବକ ଗତାକଲି ବାଇକରେ ଯିବା ସମୟରେ ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଖସିପଡିଥିଲେ । ଏହାପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶନିବାର ରାତିରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ