ETV Bharat / state

କାଳବୈଶାଖୀର କରାଳ ରୂପ: ବଜ୍ରାଘାତରେ ଜଳିଗଲେ 2000 କୁକୁଡା - କେନ୍ଦ୍ରାପଡା

ବଜ୍ରାଘାତରେ କୁକୁଡା ଫାର୍ମ ସହ 4 ବଖରା ଘର ଭସ୍ମୀଭୂତ ହୋଇଛି । ଏହି ବଜ୍ରାଘାତରେ ଘଟି କୁରୁଣ୍ଟି ଗାଁର ଶିଶିର ପରିଡାଙ୍କ କୁକୁଡା ଫାର୍ମ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ତେବେ ଏହି ବଜ୍ରାଘାତ ଦ୍ୱାରା ଶିଶିରଙ୍କ କୁକୁଡା ଫାର୍ମ ଅନ୍ୟ ୩ ବଖରା ଘର ଭସ୍ମୀଭୂତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 20, 2019, 11:38 PM IST

କେନ୍ଦ୍ରାପଡା: ବଜ୍ରାଘାତରେ କୁକୁଡା ଫାର୍ମ ସହ 4 ବଖରା ଘର ଭସ୍ମୀଭୂତ ହୋଇଛି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁ‌ଯାୟୀ, ବୁଧବାର ଅପରାହ୍ନରେ ରାଜନଗର ଅଞ୍ଚଳରେ କୁଆପଥର ବର୍ଷା ସହ କାଳବୈଶାଖୀ ହୋଇଥିଲା । ତେବେ ଏହି ବଜ୍ରାଘାତରେ ଘଟି କୁରୁଣ୍ଟି ଗାଁର ଶିଶିର ପରିଡାଙ୍କ କୁକୁଡା ଫାର୍ମ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ତେବେ ଏହି ବଜ୍ରାଘାତ ଦ୍ୱାରା ଶିଶିରଙ୍କ କୁକୁଡା ଫାର୍ମ ଅନ୍ୟ ୩ ବଖରା ଘର ଭସ୍ମୀଭୂତ ହୋଇଛି ।

ଏଥିରେ ଶିଶିରଙ୍କର ଗୋଟିଏ କୁକୁଡା ଫାର୍ମ ଓ ନଗଦ 22ହଜାର ଟଙ୍କା, 2000ଟି କୁକୁଡା, ଧାନ, ଚାଉଳ ସମେତ ବହୁ ମୂଲ୍ୟବାନ ଜିନିଷ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ଘଟଣାସ୍ଥଳରେ ରାଜନଗର ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.