କେନ୍ଦ୍ରାପଡ଼ା: ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତ ଓ ମହାକାଳପଡା ପଞ୍ଚାୟତରେ ସନ୍ଦେହଜନକ ଭାବେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବଳିପାଳ ପଞ୍ଚାୟତର ଜଣେ 75 ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଏକ ପୋଖରୀରୁ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି । ମୃତ ବୃଦ୍ଧଙ୍କ ନାମ ଦୟାନିଧି ପ୍ରଧାନ ବୋଲି ଜଣା ପଡିଛି । ସେହିପରି ମହାକାଳପଡା ପଞ୍ଚାୟତ ଜଅଁରା ଗ୍ରାମର ପ୍ରଶାନ୍ତ ସାହୁ ନାମକ 24 ବର୍ଷୀୟ ଯୁବକଙ୍କ ମୃତଦେହ ଏକ ଘର ଭିତରୁ ସନ୍ଦେହ ଜନକ ଭାବରେ ଉଦ୍ଧାର କରାଯାଇଛି । ଏହି ଦୁଇ ଘଟଣାରେ ମହାକାଳପଡା ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ