ETV Bharat / state

କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଧରାପଡିଲେ ୭ ଦଲାଲ, ରୋଗୀ ବେଶରେ କାବୁକଲା ପୋଲିସ

author img

By

Published : Oct 20, 2022, 7:53 PM IST

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରାପଡିଲେ ୭ ଦଲାଲ । ଏମାନଙ୍କୁ ଟାଉନଥାନା ପୋଲିସ ସାଧା ପୋଷାକ ପିନ୍ଧି ଚତୁରତାର ସହିତ କାବୁ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଧରାପଡିଲେ ୭ ଦଲାଲ

କେନ୍ଦ୍ରାପଡା: ଜିଲ୍ଲାରେ ବ୍ରହ୍ମପୁରର ଫର୍ମୁଲା । ବ୍ରହ୍ମପୁର ଏମକେସିଜିରୁ ୭ ଜଣ ଦଲାଲ ପରେ ଏବେ କେନ୍ଦ୍ରାପଡାରୁ ସମାନ ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ଦଲାଲ ରୋଗୀମାନଙ୍କୁ ପ୍ରଲୋଭନ ଦେଖାଉଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଆଜି(ଗୁରୁବାର) ରୋଗୀ ବେଶରେ ଯାଇ ୭ ଜଣ ଦଲାଲଙ୍କୁ କାବୁ କରିଛି ଟାଉନଥାନା ପୋଲିସ । ରୋଗୀ ବେଶରେ ଯାଇ ଦଲାଲଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: UK PM Crisis: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଇସ୍ତଫା

ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବିଭିନ୍ନ ୱାର୍ଡରେ ଦଲାଲମାନେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ନାନା ପ୍ରକାରର ଚିକିତ୍ସା ଭୟ, ଡାକ୍ତର ଅଭାବ ଆଳ ଦେଖାଇ ଘରୋଇ ନର୍ସିଂହୋମ ଓ କ୍ଲିନିକକୁ ନେଉଥିଲେ । ତେବେ ଆଜି ଟାଉନଥାନା ପୋଲିସ ରୋଗୀ ବେଶରେ ହସ୍ପିଟାଲକୁ ଯାଇଥିଲେ । ରୋଗୀ ବେଶରେ ଯାଇ ପୋଲିସ ଦଲାଲ ମାନଙ୍କର ଗତିବିଧି ଲକ୍ଷ୍ୟ କରୁଥିବାବେଳେ କିଛି ପୋଲିସ କର୍ମଚାରୀ ରୋଗୀ ସମ୍ପର୍କୀୟ ହୋଇ ଏହି ଦଲାଲଙ୍କ ଠାରୁ ପ୍ରଥମେ ଚିକିତ୍ସା ସମ୍ପର୍କିତ ତଥ୍ୟ ଆଦାୟ କରି ସେଗୁଡିକୁ ରେକର୍ଡ଼ିଂ କରିଥିଲେ ।

ତେବେ ପୋଲିସର ଏହି ଚାଲ୍‌କୁ ବୁଝି ନପାରି ଦୀର୍ଘଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲି ଚଳାଇ ଆସୁଥିବା ଏହି ୭ ଜଣ ପୋଲିସ ପଞ୍ଝାରେ ଫସି ଯାଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସ୍ବର୍ଣ୍ଣମୟୀ ସେଠୀ, ସସ୍ମିତା ବେହେରା, ସୁପ୍ରିୟା ନାୟକ, ଜୟନ୍ତୀ ସାହୁ, ଅବଧୂତ ରାଉତ, ମୁନା ବେହେରା ଓ ଶୁକଦେବ ମଲିକ । ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହ ଉଦ୍‌ଘାଟନ ହେବାକୁ ଥିବାବେଳେ ଏହାର ଠିକ ଆଗରୁ ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

ଏନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, "କିଛି ଦଲାଲ ମୁଖ୍ୟ ଚିକିତ୍ସାଳୟରେ ପ୍ରଭାବ ବିସ୍ତାର କରି ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଉଛନ୍ତି । ଯାହାଫଳରେ ସେମାନେ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି । ଡାକ୍ତର ଅଭାବ ଆଳ ଦେଖାଇ ଘରୋଇ ନର୍ସିଂହୋମ ଓ କ୍ଲିନିକକୁ ନେଉଥିଲେ । ଏନେଇ ଟାଉନଥାନା ଆଇଆଇସିଙ୍କ ନିକଟରେ ଖବର ରହିଥିଲା । ଏହାପରେ ଏସଂକ୍ରନ୍ତରେ ଯୋଜନା କରାଯାଇ ରେଡ୍‌ କରାଯାଇଥିଲା । ୭ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.