କେନ୍ଦ୍ରାପଡ଼ା: ବରଷକେ ଥରେ ଆସେ ଆନନ୍ଦ ଉଲ୍ଲସର ଗଣପର୍ବ ରଜ। ତିନିଦିନ ଧରି ପାଳନ କରାଯାଉଥିବା ରଜ ପର୍ବର ଆଜି ଶେଷଦିନ ରହିଥିବାବେଳେ କିଛି ସ୍ଥାନରେ କୋଭିଡ ଜନିତ ଲକଡାଉନ ପାଇଁ ଘରୁ ବାହାରିବା ସମ୍ଭବ ହୋଇନାହିଁ । ବର୍ଷକରେ ଥରେ ତିନିଦିନ କୁମାରୀ ଝିଅ ମାନେ ବେଶ ଧୁମଧାମରେ ରଜ ପାଳନ କରୁଥିବାବେଳେ ଏଥର ସବୁ କିଛି ଫିକା ପକାଇ ଦେଇଛି କୋଭିଡ ।
ଗାଁରେ ରହି କୋଭିଡ କଟକଣା ମଧ୍ୟରେ ରଜର ଆନନ୍ଦ ଉଠାଉଛନ୍ତି ଝିଅମାନେ। ଡେରାବିଶ୍ ଫକିରାବାଦରେ କିପରି ରହିଛି ମାହୋଲ ସେନେଇ ଆୟୋଜକ ଓ ଝିଅ ମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ