ETV Bharat / state

ରାଧାକୃଷ୍ଣ ଆଶ୍ରମରୁ ବିରଳ ଅଷ୍ଟାଧାତୁ ମୂର୍ତ୍ତି ଚୋରି; ୫ ଗିରଫ, ଜଣେ ଫେରାର - 5 arrested in kendrapada

ରାଧାକୃଷ୍ଣ ଆଶ୍ରମରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଓ ଶାଳଗ୍ରାମ ଚୋରି ଘଟଣାରେ ୫ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

ଅଷ୍ଟଧାତୁ ମୂର୍ତ୍ତି ଓ ଶାଳଗ୍ରାମ ଚୋରି ଘଟଣା
ଅଷ୍ଟଧାତୁ ମୂର୍ତ୍ତି ଓ ଶାଳଗ୍ରାମ ଚୋରି ଘଟଣା
author img

By

Published : Apr 14, 2021, 8:02 AM IST

କେନ୍ଦ୍ରାପଡା: ରାଧାକୃଷ୍ଣ ଆଶ୍ରମରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଓ ଶାଳଗ୍ରାମ ଚୋରି ଘଟଣାରେ ୫ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏନେଇ ଗତକାଲି(ମଙ୍ଗଳବାର) ପଟ୍ଟାମୁଣ୍ଡାଇ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।

ଅଷ୍ଟଧାତୁ ମୂର୍ତ୍ତି ଓ ଶାଳଗ୍ରାମ ଚୋରି ଘଟଣା

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ରାଧାକୃଷ୍ଣ ଆଶ୍ରମର କବାଟ ଭାଙ୍ଗି ଗତ ୧୦ତାରିଖ ବିଳମ୍ବିତ ରାତିରେ ଏକ ଛ'ଜଣିଆ ଡକାୟତ ଦଳ ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି, ଆଣ୍ଠୁଆ ଗୋପାଳଙ୍କ ଦୁଇଟି ଅଷ୍ଟଧାତୁ ସମେତ ରାଧାକୃଷ୍ଣଙ୍କ ଯୁଗଳ ପିତ୍ତଳ ମୂର୍ତ୍ତି, ମହାଦେବଙ୍କ ମୂର୍ତ୍ତି, ଦୁର୍ଗାଙ୍କ ମୂର୍ତ୍ତି, ସୁନାର ବଂଶୀ, ଶିବଲିଙ୍ଗ ସମେତ 4ଟି ଶାଳଗ୍ରାମ ଚୋରି ନେଇଥିଲେ।

ଏହି ଘଟଣାରେ ଜିଲ୍ଲା ପୋଲିସ ତଦନ୍ତ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସମସ୍ତ ଜିନିଷ ଉଦ୍ଧାର କରିଛି । ଏହାସହ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା,ଗୋଟିଏ ଭୁଜାଲି, କଟୁରି, ଛୁରୀ ଓ ଗୋଟିଏ ଲୁହାରଡ଼ ସହ ଏକ 4 ଚକିଆ ଗାଡି ଜବତ ହୋଇଛି।

ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡିକର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ । ଏହାସହ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଡେରାବିଶ ଥାନା ଅନ୍ତର୍ଗତ ଓଲଢ଼ି ଗ୍ରାମର ହୋଇଥିବା ବେଳେ ଫେରାର ଅଭିଯୁକ୍ତ ଜଣଙ୍କ ଏହି ଥାନା ଅନ୍ତର୍ଗତ ବାଘିଲୋ ଗ୍ରାମର ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.