ETV Bharat / state

ଦରିଆ ରାମଚଣ୍ଡୀ ମନ୍ଦିରରୁ ଚୋରି, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

author img

By

Published : Jan 23, 2021, 2:30 PM IST

ମହାକାଳପଡା ସାମୁଦ୍ରିକ ଥାନା ଜମ୍ବୁ ଅନ୍ତର୍ଗତ ମା' ଦରିଆ ରାମଚଣ୍ଡୀ ପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଜେପି କର୍ମୀ ଉପଯୁକ୍ତ ତଦନ୍ତ ଏବଂ ଦୋଷୀ ମାନଙ୍କୁ ଗିରଫ ଦାବି କରି ଟାୟାର ଜାଳି ରାସ୍ତା ରୋକ କରିଥିଲେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଦରିଆ ରାମଚଣ୍ଡୀ ମନ୍ଦିରରୁ ଚୋରି, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ
ଦରିଆ ରାମଚଣ୍ଡୀ ମନ୍ଦିରରୁ ଚୋରି, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

କେନ୍ଦ୍ରାପଡା: ମହାକାଳପଡା ସାମୁଦ୍ରିକ ଥାନା ଜମ୍ବୁ ଅନ୍ତର୍ଗତ ମା' ଦରିଆ ରାମଚଣ୍ଡୀ ପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦରିଆ ରାମଚଣ୍ଡୀଙ୍କର ସୁନାର ମଙ୍ଗଳସୂତ୍ର ଦୁଇଟି, ସୁନାପଦକ ତିନୋଟି, ରୂପାହାର ୩ ଟି, ରୂପାମୁକୁଟ ଓ ରୂପା ଖଣ୍ଡା ଚୋରି ହୋଇଥିବା ଜଣାପଡିଛି। ତେବେ ବିଳମ୍ବିତ ରାତିରେ ମନ୍ଦିର ପୂଜକ ପର୍ଶୁରାମ ସାମନ୍ତରାୟ ଶୋଇଥିବା ବେଳେ ମନ୍ଦିର ମଧ୍ୟରେ ଶବ୍ଦ ଶୁଣି ପର୍ଶୁରାମ ଉଠି ମନ୍ଦିରକୁ ଯିବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବାହାର ପଟରୁ ଝଞ୍ଜିର ଦିଆଯାଇଥିଲା । ଫଳରେ ପୂଜକ ପର୍ଶୁରାମ ଫୋନ ଯୋଗେ ମୁଖ୍ୟ ପୂଜକ, ସ୍ଥାନୀୟ ସରପଞ୍ଚ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ଜଣାଇବା ପରେ ସେମାନେ ପର୍ଶୁରାମଙ୍କୁ ଉଦ୍ଧାର କରିଥିଲେ ଏବଂ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ତଦନ୍ତ ଚଳାଇଛି ।

ଅନ୍ୟପଟରେ ଏହି ଚୋରି ଘଟଣାରେ ବିଜେପି କର୍ମୀ ଉପଯୁକ୍ତ ତଦନ୍ତ ଏବଂ ଦୋଷୀ ମାନଙ୍କୁ ଗିରଫ ଦାବିକରି ଟାୟାର ଜାଳି ରାସ୍ତା ରୋକ କରିଥିଲେ। ସାମୁଦ୍ରିକ ଥାନାଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ଉଠିଥିବା ଜଣାପଡିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.