ETV Bharat / state

ପିଡ଼ିଏସ ଚୋରା ଚାଲାଣ ଘଟଣା, କଚ୍ଛପ ଗତିରେ ଯୋଗାଣ ବିଭାଗର ତଦନ୍ତ

କେନ୍ଦ୍ରାପଡା ପିଡିଏସ ସାମଗ୍ରୀ ମହାଘୋଟାଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କ ଘଟଣାରେ ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : Nov 22, 2020, 7:48 AM IST

ପିଡ଼ିଏସ ଚୋରା ଚାଲାଣ ଘଟଣା, କଚ୍ଛପ ଗତିରେ ଯୋଗାଣ ବିଭାଗର ତଦନ୍ତ ଜାରି

କେନ୍ଦ୍ରାପଡା: ସରକାରଙ୍କ ପିଡିଏସ ସମାଗ୍ରୀ ଯୋଗାଣରେ ମହା ଘୋଟାଲା । କେନ୍ଦ୍ରାପଡାରେ ଖୁଲମଖୁଲା ପିଡିଏସ ଗହମର ଚୋରା ଚାଲାଣ ମାମଲାରେ ଗତ ଶୁକ୍ରବାର ଦିନ ଗିରଫ ଅଭିଯୁକ୍ତ ତାପସ ରାଉତ ଓ ଚନ୍ଦନଙ୍କୁ ଶନିବାର ଜାମିନ ମିଳିଛି । ତେବେ ପିଡିଏସ ସାମଗ୍ରୀ ଚାଲାଣ ଘଟଣାରେ ଛଘରିଆ ପଣ୍ୟଗାରର ଅଧିକାରୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରିଥିବା ବେଳେ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଘଟଣାକୁ 48 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ସେଭଳି କିଛି ତଦନ୍ତ ଆରମ୍ଭ ହୋଇ ନଥିବା ଅଭିଯୋଗ ଆସୁଛି । ଅନ୍ୟପଟେ ଆସନ୍ତା ସୋମବାର ଯୋଗାଣ ବିଭାଗ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ପିଡିଏସ ଗହମର ଚୋରା ଚାଲାଣ ହେଉଥିବା ବେଳେ ଗୋପ-ଦୁତିଆଳ ରାସ୍ତାରେ ସଦର ପୋଲିସ ଟ୍ରକକୁ ଅଟକ ରଖିଥିଲା । ଯେଉଁଥିରୁ 210 ବସ୍ତା ପିଡିଏସ ଗହମ ଜବତ କରାଯାଇଥିଲା । ଜବତ ସମୟରେ ଗାଡି ଡ୍ରାଇଭର ଦେଇଥିବା ପ୍ରତିକ୍ରିୟାକୁ ତଦନ୍ତଭୁକ୍ତ କରି ଦୁତିଆଳର ମା ଶାରଳା ଫୁଡ କମ୍ପାନୀର ମାଲିକ ତାପସ ରାଉତଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଛଘରିଆ ପଣ୍ୟଗାରର ଅଧିକାରିଣୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରିଥିବା ବେଳେ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ତେବେ ଦୀର୍ଘଦିନ ଧରି ଲୁଟ ହୋଇ ଆସୁଥିବା ପିଡିଏସ ସାମଗ୍ରୀ ସମ୍ପର୍କରେ ଯୋଗାଣ ବିଭାଗର ଅଧିକାରିଣୀଙ୍କ ସମ୍ପୃକ୍ତି ପଦାକୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.