ETV Bharat / state

ନିଜ ରାଜ୍ୟକୁ ଫେରାଇ ନେବାକୁ ଗୁପଚୁପ ବ୍ୟବସାୟୀଙ୍କ ଆକୁଳ ନିବେଦନ - କୋରୋନା

ଦୀର୍ଘ ୩୫ବର୍ଷ ଧରି କେନ୍ଦ୍ରାପଡ଼ା ସହରର ମାଧପୁର ଅଞ୍ଚଳରେ ରହି ଗୁପଚୁପ ବ୍ୟବସାୟ କରି ଆସୁଥିବା ବିହାରର ସର୍ଦ୍ଦାର ପିତାମ୍ବର ଯାଦବ ପ୍ରତିବର୍ଷ ନିଜ ଅଞ୍ଚଳରୁ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବା ଯୁବକ ଓ ସେମାନଙ୍କ ପରିବାରକୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଣି ଗୁପଚୁପ ବ୍ୟବସାୟରେ ନିୟୋଜିତ କରିଥାନ୍ତି। କିନ୍ତୁ କୋଭିଡ଼-୧୯ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ଲକଡାଉନ ଏମାନଙ୍କ ମୁହଁରୁ ଖୁସି ଛଡାଇ ନେଇଛି। ଅଧିକ ପଢନ୍ତୁ...

The merchant pleaded to return to his home state
ଗୁପଚୁପ ବ୍ୟବସାୟୀଙ୍କ ନିଜ ରାଜ୍ୟକୁ ଫେରିବା ପାଇଁ ନିବେଦନ
author img

By

Published : Apr 10, 2020, 11:53 PM IST

Updated : Apr 11, 2020, 10:50 AM IST

କେନ୍ଦ୍ରାପଡ଼ା: ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ରାଜ୍ୟରେ ବଢିଚାଲିଛି ଲକ ଡାଉନ ଅବଧି । ଗତ ୨୨ ତାରିଖରେ ଜନତା କର୍ଫ୍ୟୁ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ ଡାଉନ ଦ୍ବାରା ବହୁ କ୍ଷୁଦ୍ର ବ୍ୟବସାୟୀ ଜୀବିକା ହରାଇଛନ୍ତି । ଫଳରେ ବହୁ ଦୁଃଖ କଷ୍ଟରେ ରହୁଛନ୍ତି ଏମାନେ । ସେହିପରି କିଛି ବିହାରର ଶ୍ରମିକ କେନ୍ଦ୍ରାପଡ଼ାରେ ଫସିରହିଛନ୍ତି ।

ଗୁପଚୁପ ବ୍ୟବସାୟୀଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ନିବେଦନ

ଦୀର୍ଘ ୩୫ବର୍ଷ ଧରି କେନ୍ଦ୍ରାପଡ଼ା ସହରର ମାଧପୁର ଅଞ୍ଚଳରେ ରହି ଗୁପଚୁପ ବ୍ୟବସାୟ କରି ଆସୁଥିବା ବିହାରର ସର୍ଦ୍ଦାର ପିତାମ୍ବର ଯାଦବ ପ୍ରତିବର୍ଷ ନିଜ ଅଞ୍ଚଳରୁ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବା ଯୁବକ ଓ ସେମାନଙ୍କ ପରିବାରକୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଣି ଗୁପଚୁପ ବ୍ୟବସାୟରେ ନିୟୋଜିତ କରିଥାନ୍ତି । କିନ୍ତୁ କୋଭିଡ଼-୧୯ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ଲକଡାଉନ ଏମାନଙ୍କ ମୁହଁରୁ ଖୁସି ଛଡାଇ ନେଇଛି । କେନ୍ଦ୍ରାପଡ଼ା ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆହାର ଏମାନଙ୍କ ପାଇଁ ଏକମାତ୍ର ବଞ୍ଚିବାର ରାହା ପାଲଟିଛି । ତେବେ ସକାଳୁ ଭୋକିଲା ରହି ଦିନ ୨ଟାରେ ଖାଉଥିବାରୁ ଏମାନଙ୍କ ଦୁଃଖ ବଢିଯାଇଛି । ପାଖରେ ନା ଅଛି ପଇସା ନା ଖୋଲୁଛି ଗୁପଚୁପ ଦୋକାନ। ଗୁପଚୁପ ବାକ୍ସରେ ସେହିଦିନ ଠାରୁ ଗୁପଚୁପ ପଡି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା ଯେମିତି ଏମାନଙ୍କ ଆଶାକୁ ମଉଳାଇ ଦେଇଛି ।

ଦୀର୍ଘ ୩୫ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଗୁପଚୁପ ବ୍ୟବସାୟ କରି ଆସୁଥିବା ପିତାମ୍ବର ଯାଦବ କର୍ମଚାରୀ ମାନଙ୍କୁ ଧରି ବର୍ତ୍ତମାନ ପରିସ୍ଥିତିରେ ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ତେବେ ସମ୍ପୂର୍ଣ୍ଣ ରାଜ୍ୟ ସୀମା ସିଲ ଓ ଲକ ଡାଉନ ଜାରି ରହିଥିବାରୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ ପ୍ରସଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଇବାରେ ଅସାମର୍ଥ୍ୟତା ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 11, 2020, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.