କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଠାରେ କାର୍ଯ୍ୟରତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶିକାମାନେ ଟିକା ନେବାକୁ ମନା କରିଦେଇଛନ୍ତି ।
ସ୍ୱାସ୍ଥ୍ୟକର୍ମୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଗ୍ରାମାଞ୍ଚଳର ନିମ୍ନସ୍ତରରେ କାର୍ଯ୍ୟ କରି ବହୁତ ସଫଳତା ସାଉଁଟିଛନ୍ତି । ହେଲେ ଦୀର୍ଘ ୧୦ବର୍ଷ ହେବ ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଥିବା ବେଳେ ଏହାକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ମହାସଂଘର ନିଷ୍ପତ୍ତି କ୍ରମେ ସେମାନେ ଟିକା ନେବେ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟକର୍ମୀ । କିନ୍ତୁ ଟୀକାକରଣ କାର୍ଯ୍ୟରେ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ