କେନ୍ଦ୍ରାପଡା: ଜିଲ୍ଲାରେ ଗଡିଲା କୋଭିଡ ସଚେତନତା ରଥ । କୋରୋନା ପାଇଁ ସଚେତନତା ବାର୍ତ୍ତା ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁ ଗାଁ ବୁଲି ଏହି ରଥ ସଚେତନ କରାଇବ ଲୋକଙ୍କୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ଲୋକ ସମ୍ପର୍କ ଅଧିକାରୀ ଏହି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
୫ ଦିନ ଯାଏଁ ଜିଲ୍ଳାର ବିଭିନ୍ନ ପ୍ରାନ୍ତରେ ବୁଲି ସରକାରଙ୍କ ସଚେତନ ବାର୍ତ୍ତା ପାଲା ଗାୟକ ଙ୍କ ଦ୍ବାରା ନୃତ୍ଯ ଓ ନାଟ୍ୟ ମାଧ୍ୟମରେ ଉପସ୍ଥାପନା କରାଯିବାର ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ ।ଏହି ସଚେତନତା କାର୍ଯ୍ୟକ୍ରମରେ ମାକ୍ସ ବ୍ୟବହାର, ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷାକରିବା ପାଇଁ ସଚେତନ କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ