ETV Bharat / state

ଏମିତିବି ଆସେ ମୃତ୍ୟୁ ! ବୈଠକରେ ଯୋଗ ଦେଇ ଟଳିପଡିଲେ ଶିକ୍ଷକ - ବୈଠକରେ ଯୋଗ ଦେଇ ଟଳିପଡିଲେ ଗଣିତ ଶିକ୍ଷକ

କେନ୍ଦ୍ରାପଡ଼ା ଭାରତୀ ବିଦ୍ୟାମନ୍ଦିରରେ ଅଭାବନୀୟ ଘଟଣା । ବିଜ୍ଞାନ ମେଳା ପାଇଁ ବୈଠକରେ ଯୋଗ ଦେଇ ଟଳିପଡିଲେ ଗଣିତ ଶିକ୍ଷକ । ଅଧିକ ପଢନ୍ତୁ

ଏମିତିବି ଆସେ ମୃତ୍ୟୁ, ବୈଠକରେ ଯୋଗ ଦେଇ ଟଳିପଡିଲେ ଶିକ୍ଷକ

author img

By

Published : Aug 6, 2022, 9:49 AM IST

କେନ୍ଦ୍ରାପଡା: ଏମିତିବି ଆସେ ମୃତ୍ୟୁ, ବିଜ୍ଞାନ ମେଳା ପାଇଁ ବୈଠକରେ ଯୋଗ ଦେଇ ଟଳିପଡିଲେ ଶିକ୍ଷକ, ଘଟିଲା ଆକସ୍ମିକ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ଘରୋଇ ବିଦ୍ୟାଳୟ ଭାରତୀ ବିଦ୍ୟାମନ୍ଦିରରେ । ମୃତ ଶିକ୍ଷକ ହେଉଛନ୍ତି ସୁମନ୍ତ କୁମାର ସ୍ୱାଇଁ ।

ଏମିତିବି ଆସେ ମୃତ୍ୟୁ, ବୈଠକରେ ଯୋଗ ଦେଇ ଟଳିପଡିଲେ ଶିକ୍ଷକ

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭାରତୀ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓ ଗଣିତ କୁହୁକ ପ୍ରଦର୍ଶନୀ ପାଇଁ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କର ଏକ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ଆଲୋଚନା ଚାଲିଥିବା ବେଳେ ବିଦ୍ୟାଳୟର ମହାକାଳପଡ଼ା ଅଞ୍ଚଳର ଗଣିତ ଶିକ୍ଷକ ସୁମନ୍ତ କୁମାର ସ୍ୱାଇଁ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିକ୍ଷକ ସୁମନ୍ତଙ୍କ ବିୟୋଗରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ସୁମନ୍ତ ବିଦ୍ୟାଳୟରୁ କମ ଦରମା ପାଉଥିବା ବେଳେ ଉଭୟ ବେସରକାରୀ ଓ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.