ETV Bharat / state

ପାଠପଢାରେ ବାଧକ ସାଜିଛି ରୋଗ - kiney

କିଡନୀ ରୋଗ ଭାଙ୍ଗିଦେଇଛି ଜୀବନର ସବୁ ସ୍ବପ୍ନ । ଜୀବନକୁ ବୁଝିବା ଆଗରୁ ଆଣିଦେଇଛି ଅଜସ୍ର ଦୁଃଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 12, 2019, 10:35 PM IST

Updated : May 13, 2019, 3:11 PM IST

କେନ୍ଦ୍ରାପଡା: ଅଦମ୍ୟ ଇଛାଶକ୍ତି । ପାଠ ପଢ଼ିବାର ଆଗ୍ରହ । ଆଉ ବଡ଼ହୋଇ ଭଲ ଚାକିରିଟିଏ କରି ଦିବ୍ୟାଙ୍ଗ ବାପା, ସ୍ନେହମୟୀ ମା ଆଉ ସାନଭାଇକୁ ମଣିଷ କରିବାର ସ୍ୱପ୍ନ । ଆଗକୁ ଲମ୍ବା ଜୀବନ । ଆଖିରେ ଅନେକ ସ୍ବପ୍ନ । ହେଲେ ସବୁ ସ୍ବପ୍ନ ମିଳେଇଗଲା ଯେତେବେଳେ ଡାକ୍ତର କହିଲେ ତୁମର ଦୁଇଟିଯାକ କିଡନୀ ଖରାପ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗାଁର ଦେବଜାନୀ ନାୟକଙ୍କ କଥା। ସ୍ନାତକ ଶେଷ ବର୍ଷର ଜଣେ ମେଧାବୀ ଛାତ୍ରୀ ଦେବଜାନୀ । ଯାହାଙ୍କର ଏକମାତ୍ର ସାହାରା ଏବେ ପାନ ଦୋକାନ। କାରଣ ତାଙ୍କର ଗୋଟିଏ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟି ନଷ୍ଟ ହେବା ଉପରେ । ଯେଉଁଥିପାଇଁ ଚଳନଶକ୍ତି ହରାଇବାର ଅନୁଭବ କରୁଛନ୍ତି ଦେବଜାନୀ ।

ବାପା ଅନାମ ନାୟକ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଝିଅକୁ କଷ୍ଟେମଷ୍ଟେ ପାଠ ପଢ଼ାଇ ମେଧାବୀ କରିଥିଲେ । ପର ଘରେ କାମ କରି ଝିଅର ପାଠପଢା ପାଇଁ ସବୁ ବ୍ୟବସ୍ଥା କରିଥିଲେ । କାରଣ ଝିଅ ପାଠ ପଢି ସରକାରୀ ଚାକିରି କରିବ ଆଉ ଘର ଚଲାଇବା ସହ ସାନ ଭାଇର ଦେଖାଶୁଣା କରିବ । କିନ୍ତୁ ସବୁ ସ୍ୱପ୍ନ ଏବେ ଗ୍ରୀଷ୍ମପ୍ରବାହର ମରୀଚିକା ପାଲଟିଯାଇଛି । ଦେବଜାନୀଙ୍କ ବାପା ଓ ମା କିଡନୀ ପ୍ରତ୍ୟାରୋପଣ ପାଇଁ ରାଜି ଥିବା ବେଳେ ଏଥିପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ଯାହା ଏବେ ଅନାମଙ୍କ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ । ତେବେ ଅପେକ୍ଷା ଏବେ ସରକାରୀ ସହାୟତା ।

ତେବେ ଭଉଣୀର ଏପରି ଅବସ୍ଥା ଦେଖି ସାନ ଭାଇ ଦେବେଦ୍ର ପାଠପଢା ଛାଡି ଘର ଚଳାଇବାକୁ ମନବଳାଉଛି । ତା'ର ବର୍ତ୍ତମାନ ଗୋଟିଏ ଲକ୍ଷ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ଭଉଣୀର ଚିକିତ୍ସା କରାଇବ।

ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାସ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଦେବଜାନୀଙ୍କ ବାପା ଅନାମଙ୍କର ଦିବ୍ୟାଙ୍ଗ ଭତ୍ତା କରାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାସହ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଦେବଜାନୀର ଚିକିତ୍ସା ପାଇଁ ବ୍ୟବସ୍ଥା କରାଇବା ପାଇଁ ମଧ୍ୟ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : May 13, 2019, 3:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.