ETV Bharat / state

ପିକନିକ ସାରି ଫେରୁଥିଲେ ହଠାତ ଚେତାଶୂନ୍ୟ ହେଲେ 7ରୁ ଊର୍ଦ୍ଧ୍ବ ଛାତ୍ରୀ - ବସ ଭିତରେ ଅସୁସ୍ଥ ହେଲେ ଛାତ୍ରୀ

ବଣଭୋଜି ସାରି ଫେରୁଥିବା ବେଳେ ବସ ଭିତରେ ଅସୁସ୍ଥ ହେଲେ ଛାତ୍ରୀ । 7ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

students fall ill
ଛାତ୍ରୀ ଅସୁସ୍ଥ
author img

By

Published : Jan 7, 2023, 10:00 AM IST

Updated : Jan 7, 2023, 12:14 PM IST

ପିକନିକ ସାରି ଫେରୁଥିଲେ ହଠାତ ଚେତାଶୂନ୍ୟ ହେଲେ 7ରୁ ଊର୍ଦ୍ଧ୍ବ ଛାତ୍ରୀ

କେନ୍ଦ୍ରାପଡ଼ା: ପିକନିକ ବେଳେ ଅଘଟଣ । ପିକନିକ ସାରି ଘରକୁ ଫରିବା ବାଟରେ ଅସୁସ୍ଥ ହୋଇ 7ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ତୁଳସୀପୁର ସ୍ଥିତ ବାପୁଜୀ ଶିକ୍ଷା ନିକେତନର 7ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।

ଶୁକ୍ରବାର ସକାଳୁ କଟକ ତୁଳସୀପୁର ସ୍ଥିତ ବାପୁଜୀ ଶିକ୍ଷା ନିକେତନର ପାଖାପାଖି 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପିକନିକ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ପେଣ୍ଠ ବେଳା ଭୂମିକୁ ଯାଇଥିଲେ । ପିକନିକ ସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ ନୂଆଗାଁ ନିକଟରେ 7 ଜଣ ଛାତ୍ରୀ ଗୁରୁତର ହେବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତି ସୁଦ୍ଧା ଛାତ୍ରୀମାନଙ୍କ ଅବସ୍ଥା ଗୁରୁତର ରହିଥିଲା ।

ପଟ୍ଟାମୁଣ୍ଡାଇ ମେଡିକାଲର ଅଧିକାରୀଙ୍କ ସମେତ 3ଜଣିଆ ଡାକ୍ତରୀ ଟିମ ଚିକିତ୍ସା ଜାରି ରଖିଛନ୍ତି । ଅନ୍ୟପଟେ ଫେରିବା ସମୟରେ ଛାତ୍ରୀମାନେ ସମୁଦ୍ର ମଝିରେ ଗାଧୋଇବା ସହ ଲହଡ଼ି ମାଡ଼ ଖାଇଥିବା ଓ ପରେ ଓଦା ଡ୍ରେସ ବଦଳାଇ ନଥିବା ଦ୍ୱାରା ଏପରି ପରିସ୍ଥିତି ଘଟିଥିବା ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ଲହଡି ମାଡ଼ରେ ଅତ୍ୟଧିକ ପ୍ରଭାବିତ ହୋଇ ଥଣ୍ଡାରେ ଛାତ୍ରଛାତ୍ରୀମାନଙ୍କ ଦେହ ଖରାପ ହୋଇଥିବା କୁହାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jan 7, 2023, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.