ETV Bharat / state

ପ୍ରେମର ନିଆରା କାହାଣୀ; ‘ଦିବ୍ୟାଙ୍ଗ ଅନନ୍ତ’ ଚିନ୍ମୟୀଙ୍କ ଚିରଦିନର ଭାଲେଣ୍ଟାଇନ

author img

By

Published : Feb 13, 2020, 9:30 AM IST

କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ଗୁଆଳସିଂ ପଞ୍ଚାୟତ ଛାଞ୍ଚୁଣିଆ ଗାଁର ଦମ୍ପତ୍ତି ଅନନ୍ତ ସାହୁ ଓ ଚିନ୍ମୟୀ ନାୟକ । ଏହି ଦୁଇଜଣଙ୍କ ମଧ୍ୟରେ ରହିଛି ପ୍ରକୃତ ଭଲପାଇବା ଯାହା ଆଜିର ଭାଲେଣ୍ଟାଇନ ପାଳନ କରୁଥିବା ଯୁବବର୍ଗଙ୍କୁ ପ୍ରେମର ପ୍ରକୃତ ଅର୍ଥ ବୁଝାଇବ । ଅଧିକ ପଢନ୍ତୁ....

kendrapara-couple
ପ୍ରେମ ଶାଶ୍ବତ, ଚିର ସବୁଜ

କେନ୍ଦ୍ରାପଡା: ପ୍ରେମ ଶାଶ୍ବତ, ଚିର ସବୁଜ ଆଉ ଭଲପାଇବାରେ ନଥାଏ କୌଣସି ବାଡବତା । ଆଜିର ସମାଜରେ ପ୍ରେମର ଅନ୍ୟ ନାମ ପାଇବା ହୋଇଥିଲେ ହେଁ ପାଇବା ଅପେକ୍ଷା ଅନ୍ୟକୁ ଖୁସି ଦେବାପାଇଁ ସାତପର ହୋଇ ହାତଧରି ଚାଲି ଆସିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକର ଆଉ ଏହି ଦୁଇଜଣଙ୍କ ମଧ୍ୟରେ ରହିଛି ପ୍ରକୃତ ଭଲପାଇବା ଯାହା ଆଜିର ଭାଲେଣ୍ଟାଇନ ପାଳନ କରୁଥିବା ଯୁବବର୍ଗଙ୍କୁ ପ୍ରେମର ପ୍ରକୃତ ଅର୍ଥ ବୁଝାଇବ ।

ପ୍ରେମର ନିଆରା କାହାଣୀ; ‘ଦିବ୍ୟାଙ୍ଗ ଅନନ୍ତ’ ଚିନ୍ମୟୀଙ୍କ ଚିରଦିନର ଭାଲେଣ୍ଟାଇନ

କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ଗୁଆଳସିଂ ପଞ୍ଚାୟତ ଛାଞ୍ଚୁଣିଆ ଗାଁର ଦମ୍ପତ୍ତି ଅନନ୍ତ ସାହୁ ଓ ଚିନ୍ମୟୀ ନାୟକ । ସ୍ଥାନୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ । ଜନ୍ମରୁ ଦୁଇଟି ଗୋଡ଼ ହରାଇଥିବା ଅନନ୍ତ ପ୍ରଥମ ଦେଖାରୁ ଚିନ୍ମୟୀଙ୍କୁ ଭଲ ପାଇଥିଲେ ମଧ୍ୟ କେବେ ତାଙ୍କୁ ସେ ଭଲପାଇବା ବିଷୟରେ କହିପାରିନଥିଲେ ।

ଏହାରି ଭିତରେ ମ୍ୟାଟ୍ରିକ ପରୀକ୍ଷା ଆସିଯାଉଥିବା ବେଳେ କେବଳ ଗୋଟିଏ କଲମ ଗିଫ୍ଟ ଦେଇ ନିଜର ମନକଥା କହିଦେଇଥିଲେ ଅନନ୍ତ । ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଚିନ୍ମୟୀ ତାଙ୍କୁ ବୁଝିପାରିବେ କି ନା ସେନେଇ ଦ୍ଵନ୍ଦରେ ପଡିଯାଇଥିଲେ ଅନନ୍ତ । କିନ୍ତୁ ଚିନ୍ମୟୀ ଅନନ୍ତଙ୍କ ଭାବନା ବୁଝିପାରି ତାଙ୍କର ଭଲ ପାଇବାକୁ ସ୍ବାକାର କରିନେଇଥିଲେ । ଚିନ୍ମୟୀଙ୍କ ଘରେ ଅନନ୍ତ ଓ ତାଙ୍କ ଭଲପାଇବା କଥା ଜାଣିବା ପରେ ପରିବାର ପକ୍ଷରୁ ଆରମ୍ଭ ହୋଇଥିଲା ବିରୋଧ । ମାତ୍ର କୌଣସି ବାଧାବିଘ୍ନକୁ ଖାତିର ନକରି ଚିନ୍ମୟୀ ୨୦୧୮ ମସିହାରେ ସବୁଦିନ ପାଇଁ ନିଜ ମନର ମଣିଷ ସହିତ ଏକାଠି ରହିବାକୁ ମନସ୍ଥ କରି ଘର ଛାଡିଥିଲେ ।

ନିଜ ପରିବାର ଠାରୁ ଦୂରେଇ ଯାଇ ମଧ୍ୟ କେବେ ଦୁଃଖ କରିନାହାନ୍ତି ଚିନ୍ମୟୀ । କାରଣ ତାଙ୍କୁ ଦୁନିଆରେ ସବୁଠାରୁ ଅଧିକ ଭଲପାଇବା ଦେଉଥିବା ମନର ମଣିଷ ସହ ଶାଶୂଘରର ସମସ୍ତ ସଦସ୍ୟ ତାଙ୍କୁ ଦେଉଛନ୍ତି ଅମାପ ଭଲପାଇବା । ଦିବ୍ୟାଙ୍ଗ ଓ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରୀ ନଥିବାରୁ ଗୁଜୁରାଣ ମେଣ୍ଟାଇବା ପାଇଁ ଅନନ୍ତ ସ୍ଥାନୀୟ ଠାକୁରପାଟଣା ଛକରେ ଏକ ମୋବାଇଲ ଦୋକାନ କରିଛନ୍ତି । ତଥାପି ଏ ଅଭାବୀ ସଂସାରକୁ ନେଇ ଦୁହିଁଙ୍କ ଭିତରେ କେବେ ମନାନ୍ତର କି ମତାନ୍ତର ଘଟିନାହିଁ ।

ଶାଶୁ ଶଶୂରଙ୍କ ସେବାକୁ ନିଜ ଜୀବନର ବ୍ରତ ଭାବିନେଇଥିବା ଚିନ୍ମୟୀଙ୍କୁ ମଧ୍ୟ କୌଣସି କଥାରେ ତାଙ୍କର ଶାଶୁ-ଶ୍ବଶୁର କମ୍ କରିନାହାନ୍ତି । ଅପରପକ୍ଷରେ ଏହି ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇସାରିଛି । ତେବେ କନ୍ୟାଟିକୁ ବଡକରି ଜଣେ ସଚୋଟ ପୋଲିସ ଅଧିକାରୀ କରିବାର ସ୍ବପ୍ନ ରଖିଛନ୍ତି ଉଭୟ ଅନନ୍ତ ଓ ଚିନ୍ମୟୀ ।

ଭାଲେଣ୍ଟାଇନ ସପ୍ତାହ ଖୁବ୍ ଉତ୍ସାହି ଯୁବପିଢୀ । କିନ୍ତୁ ଅନନ୍ତ ଏବଂ ଚିନ୍ମୟୀଙ୍କ ଏଭଳି ନିଃସ୍ବାର୍ଥପର ଭଲପାଇବାକୁ ଆମେ କରୁଛୁ ସଲାମ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.