ETV Bharat / state

କେନ୍ଦ୍ରାପଡା ଜିଲ୍ଲା ନାମକରଣ ପଛର କାହାଣୀ, କନ୍ଦରାସୁରକୁ ବଦ୍ଧ ପରେ ନାଁ ରଖିଥିଲେ ପ୍ରଭୁ ବଳଭଦ୍ର

କେନ୍ଦ୍ରାପଡା ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଛିି । ତୁଳସୀକ୍ଷେତ୍ରର ପରିଚୟ ହାସର କରିଥିବା ଜିଲ୍ଲାର ନାମକରଣ ପଛରେ ଏକ ପୌରାଣିକ କାହାଣୀ ରହିଛି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

କେନ୍ଦ୍ରାପଡା ଜିଲ୍ଲା ନାମକରଣ ପଛର କାହାଣୀ, କନ୍ଦରାସୁରକୁ ବଦ୍ଧ ପରେ ନାଁ ରଖିଥିଲେ ପ୍ରଭୁ ବଳଭଦ୍ର
କେନ୍ଦ୍ରାପଡା ଜିଲ୍ଲା ନାମକରଣ ପଛର କାହାଣୀ, କନ୍ଦରାସୁରକୁ ବଦ୍ଧ ପରେ ନାଁ ରଖିଥିଲେ ପ୍ରଭୁ ବଳଭଦ୍ର
author img

By

Published : Nov 6, 2022, 2:31 PM IST

Updated : Nov 6, 2022, 3:07 PM IST

କେନ୍ଦ୍ରାପଡା: ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଛିି । ପ୍ରଭୁ ବଳଦେବଜୀୟୁଙ୍କ ପାଇଁ ତୁଳସୀକ୍ଷେତ୍ରର ପରିଚୟ ହାସର କରିଥିବା ଜିଲ୍ଲାର ନାମକରଣ ପଛରେ ଏକ ପୌରାଣିକ କାହାଣୀ ରହିଛି । ରାକ୍ଷାସ କନ୍ଦରାସୁରକୁ ବଦ୍ଧ ପରେ ଜିଲ୍ଲାର ନାଁମ କନ୍ଦରାପାଡି ରଖିଥିଲେ ପ୍ରଭୁ ବଳଭଦ୍ର । ଏହାପରେ କନ୍ଦରାରାକ୍ଷାସପ ପାଳିତ କନ୍ୟାକୁ ବିବାହ କରିଥିଲେ ପ୍ରଭୁ ବଳଭଦ୍ର । ସେବେଠୁ ଜିଲ୍ଲାରେ ତୁଳସୀ ବିବାହ ଅନୁଷ୍ଠିତ ହୋଇ ଆସୁଛି । କାହିଁ କେଉଁ ଅମଳରୁ ଏହି ପରମ୍ପରା ବଜାୟ ରହିଛି । ଗରୁଡ଼ ଦ୍ୱାଦଶୀରେ ଇଚ୍ଛାପୁରସ୍ଥିତ ବଡ଼ ବାଡ଼ମଣିମା ବଳଦେବଜୀଉଙ୍କ ଦ୍ୱାରା କନ୍ଦରାସୁର ବଦ୍ଧ ଓ ତୁଳସୀ ବିବାହ ନୀତି ସମ୍ପନ୍ନ ହୋଇଥାଏ । କନ୍ଦରାସୁର ନାମାନୁଯାୟୀ ଜିଲ୍ଲାର ନାଁ କନ୍ଦରାପାଡି ବା ଅଧୁନା କେନ୍ଦ୍ରାପଡ଼ା ନାମରେ ଖ୍ୟାତି ଲାଭ କରିଥିବା ଲୋକକଥାରେ ରହି ଆସିଛି ।

କେନ୍ଦ୍ରାପଡା ଜିଲ୍ଲା ନାମକରଣ ପଛର କାହାଣୀ, କନ୍ଦରାସୁରକୁ ବଦ୍ଧ ପରେ ନାଁ ରଖିଥିଲେ ପ୍ରଭୁ ବଳଭଦ୍ର

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଶ୍ରୀ ବଳରାମ ମହାପ୍ରଭୁ ମହାଭାରତ ଯୁଦ୍ଧରେ ଭାଗ ନନେଇ ବିଭିନ୍ନ ତୀର୍ଥକ୍ଷେତ୍ର ଭ୍ରମଣରେ ବାହାରିଥିଲେ । ଲଳିତା(ବର୍ତ୍ତମାନର ଲଳିତଗିରି) ଓ ରତ୍ନା (ବର୍ତ୍ତମାନର ରତ୍ନଗିରୀ)ନାମ୍ନୀ ଦୁଇ ମହରାଣୀଙ୍କୁ ନେଇ କନ୍ଦରା ଅସୁର ମଧୁ ସାଗର (ବର୍ତ୍ତମାନ କେନ୍ଦ୍ରାପଡ଼ା ଓ ଓଳାଶୁଣୀ) କୂଳରେ ବସବାସ କରୁଥିବା ବେଳେ ଏହାର ସେନାପତି ମଧୁ ଦୈତ୍ୟ ଓ କନ୍ଦରା ଅସୁର ମୁନୀଋଷି ମାନଙ୍କର ଯଜ୍ଞ ଭଙ୍ଗ କରୁଥିବା ଓ ଅତ୍ୟାଚାର କରୁଥିବା ନେଇ ବୈତରଣୀ ନଦୀରେ ସ୍ନାନ କରିବା ସମୟରେ ବଳରାମଙ୍କୁ ଅଭିଯୋଗ କରିଥିଲେ ସର୍ଵ ଜନଗଣ ।

ଏହାପରେ କନ୍ଦରା ଓ ମଧୁ ଦୈତ୍ୟକୁ ବିନାଶ କରିବା ପାଇଁ ପ୍ରଭୂ ହଳାୟୁଦ୍ଧ ବାହାରିବା ସମୟରେ ଲଳିତଗିରି ଠାରେ ମଧୁଦୈତ୍ୟକୁ ବିନାଶ କରିଥିଲେ । ପ୍ରଭୁଙ୍କ କୋପକୁ ସହ୍ୟ କରିନପାରି କନ୍ଦରା ଅସୁର ରଣକ୍ଷେତ୍ର ଛାଡି ପଳାୟନ କରିବା ପରେ ବର୍ତ୍ତମାନର ପୁରୁଣା ମଟରଷ୍ଟାଣ୍ଡ ନିକଟରେ କନ୍ଦରା ଅସୁରକୁ ବଦ୍ଧ କରିଥିଲେ ପ୍ରଭୁ ରୋହିଣୀ ନନ୍ଦନ ।କନ୍ଦରାକୁ ଏଠାରେ ବଦ୍ଧ କରିଥିବାରୁ ଏହି ସ୍ଥାନର ନାଁ କନ୍ଦରାପାଡି ବୋଲି ରଖାଯାଇଥିଲା ଯାହା କାଳକ୍ରମେ କେନ୍ଦ୍ରାପଡା ନାମରେ ଖ୍ୟାତ ହୋଇଛି ବୋଲି ମତ ରଖିଛନ୍ତି ତୁଳସୀକ୍ଷେତ୍ର ଗବେଷକ ।

କନ୍ଦରାସୁରକୁ ବଦ୍ଧ କରିବା ପରେ ତା'ର ଏକମାତ୍ର ପାଳିତା କନ୍ୟା 'ତୁଳସୀ'କୁ ଗ୍ରହଣ କରିବା ପାଇଁ କନ୍ଦରା ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ପ୍ରାର୍ଥନା କରିଥିଲା । ଅସୁରର କଥାକୁ ରଖି ମହାପ୍ରଭୁ ତୁଳସୀକୁ ବିବାହ କରିଥିଲେ ଯେଉଁଥିପାଇଁ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ନାମରେ ମଧ୍ୟ ସାରା ବିଶ୍ୱରେ ଖ୍ୟାତିଲାଭ କରିଛି । ମହାପ୍ରଭୁଙ୍କ ଏହି ଲୀଳାକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଗରୁଡ଼ ଦ୍ଵାଦଶୀ ତିଥିରେ ପଟୁଆର ଧରି ମହାପ୍ରଭୁଙ୍କ ବିରାଜମାନ ମୂର୍ତ୍ତି ସ୍ଥାନୀୟ ଅଯୋଦ୍ଧାନଗରରେ ଥିବା ତୁଳସୀ ମନ୍ଦିରକୁ ଛୁଟି ଆସିଥାନ୍ତି । ସେଠାରେ କନ୍ଦରାସୁର ବଦ୍ଧ କରିବା ପରେ ପ୍ରଭୁ ଦେବୀ ତୁଳସୀଙ୍କୁ ବିବାହ କରି କ୍ଷୀରି, ପିଠା, ବିଭିନ୍ନ ବ୍ୟଞ୍ଜନ ଆଦି ଗ୍ରହଣ କରିବା ପରେ ପୁନର୍ବାର ଦେବୀଙ୍କୁ ଧରି ଇଚ୍ଛାପୁରକୁ ଫେରି ଯାଇଥାନ୍ତି ।

ଏହାର ପରିକଳ୍ପନା ସିଦ୍ଧ ଦାସ ନାମକ ଜଣେ ଗୋପାଳ କରିଥିବାବେଳେ ତୁଳସୀ କାନନରେ ରୋହିଣୀ ଗାଈ କାହିଁ କେଉଁଦିନ ଠାରୁ ପୂଜା ପାଇ ଆସୁଛି । ୧୯୯୫ ମସିହାରେ ତୁଳସୀ ଚେତନା ପରିଷଦ ଏହି କାର୍ଯ୍ୟ ହାତକୁ ନେବା ପରେ ସେହିଦିନ ଠାରୁ ଏହି ପରମ୍ପରା ଚାଲି ଆସୁଛି । ରାକ୍ଷସ ବଦ୍ଧ ଓ ବିବାହ ସମୟରେ ସ୍ଥାନୀୟ ଯୁବକ ଓ ଗ୍ରାମବାସୀଙ୍କ ଦ୍ବାରା ଆତସବାଜି ପ୍ରଦର୍ଶନ କରାଯାଇଥାଏ ।

ଦୀର୍ଘବର୍ଷ ଧରି କନ୍ଦରାସୁର ବଦ୍ଧ ହେଉଥିବା ସ୍ଥାନରେ ଏବେ ସରକାରୀ ପାର୍କ ତିଆରି ହୋଇଥିବାରୁ ସେଠାରେ ଆତସବାଜି ପ୍ରତିଯୋଗିତା ସମ୍ପନ୍ନ କରିବା ସମ୍ଭବପର ହେଉନଥିବାରୁ ଖୁବଶୀଘ୍ର ଗୋଟିଏ ସ୍ଥାନ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଗଲେ ପୂର୍ବ ବର୍ଷ ମାନଙ୍କ ଭଳି ଆଗକୁ ମଧ୍ୟ ଜିଲ୍ଲାର ନାମକରଣ ଗାଥା ବହନ କରୁଥିବା ଏହି ମହାନ ପରମ୍ପରା ବଞ୍ଚି ପାରନ୍ତା ବୋଲି ଆଶା ରଖିଛନ୍ତି ଉପଦେଷ୍ଟା ଓ ଜିଲ୍ଲାବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 6, 2022, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.