ETV Bharat / state

ସମାଜସେବୀଙ୍କୁ ମାଡ ମାରି ଲହୁଲୁହାଣ କଲେ IIC ! ହସ୍ପିଟାଲରେ ଭର୍ତ୍ତି; ଦୁଇ ମାସରେ ଅଧିକାରୀଙ୍କ ବିରୋଧରେ ୫ ଅଭିଯୋଗ

ଥାନାରେ ଅଟକ ଥିବା ଯୁବକଙ୍କୁ ଦେଖା କରିବା ପାଇଁ ଯାଇଥିବା ବେଳେ ସମାଜସେବୀଙ୍କୁ ମାଡ ମାରିଲେ ଆଇଆଇସି । ହସ୍ପିଟାଲରେ ଭର୍ତ୍ତିି । ଅଧିକ ପଢନ୍ତୁ

author img

By

Published : Jul 6, 2023, 4:01 PM IST

ସମାଜସେବୀଙ୍କୁ ମାଡ ମାରିଲେ ଆଇଆଇସି
ସମାଜସେବୀଙ୍କୁ ମାଡ ମାରିଲେ ଆଇଆଇସି
ସମାଜସେବୀଙ୍କୁ ମାଡ ମାରିଲେ ଆଇଆଇସି

କେନ୍ଦ୍ରାପଡା: ମାର୍ଶାଘାଇ ଆଇଆଇସିଙ୍କ ଦବଙ୍ଗଗିରି ! ଥାନାରେ ଅଟକ ଥିବା ଯୁବକଙ୍କୁ ଦେଖାକରିବା ପାଇଁ ଯାଇଥିବା ବେଳେ ସମାଜସେବୀଙ୍କୁ ମାଡ ମାରିଲେ ଆଇଆଇସି । ଜାତିଆଣ ଆକ୍ଷେପ କରିବା ସହ ଚାପୁଡ଼ା, ବିଧା, ପୋଲିସ ରୁଲ ବାଡ଼ି ଏବଂ ପ୍ଲାଷ୍ଟିକ ପାଇପରେ ନିର୍ଘାତ ମାଡ ମାରି ଲହୁଲୁହାଣ କରିଦେଲେ । ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଜଣେ ମହିଳା ଅଟକ ଥିବା ନିଜ ସ୍ବାମୀକୁ ଦେଖିବାକୁ ସାଙ୍ଗରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ମନୋରଞ୍ଜନ ଦଳାଇଙ୍କୁ ନେଇ ଥାନାକୁ ଯାଇଥିଲେ । ଏତିକି ବେଳେ ସେଠାରେ ଆଇଆଇସି ଆକ୍ରମଣ କରିଥିବା ପୀଡିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆହତ ଅବସ୍ଥାରେ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୁଇ ମାସରେ ଏହା 5ମ ଅଭିଯୋଗ ବୋଲି ସୂଚନା ରହିଛି ।

ଅଭିଯୋଗ ଅନୁଯାୟୀ, ମାର୍ଶାଘାଇ ଗାଁର ଜଣେ ଯୁବକ ଗତ ସୋମବାର ଯାତ୍ରା ଦେଖିବାକୁ ଯାଇଥିବା ସମୟରେ କୌଣସି କାରଣରୁ ପୋଲିସ ସେଠାରୁ ତାଙ୍କୁ ଉଠାଇ ଆଣିଥିଲା । ଯୁବକ ଜଣଙ୍କର ପତ୍ନୀ ମଙ୍ଗଳବାର ସକାଳେ ଗାଁ ମୁରବୀ ତଥା ମାର୍ଶାଘାଇ ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋରଞ୍ଜନ ଦଳାଇଙ୍କୁ ଏ ବାବଦରେ ଜଣାଇଥିଲେ । ତାଙ୍କ ସ୍ବାମୀ କେଉଁ କାରଣ ପାଇଁ ଥାନାରେ ଅଟକ ଅଛନ୍ତି ବୁଝିବାକୁ ଅନୁରୋଧ କରିଥିଲେ । ଥରୁଟିଏ ଥାନାରେ ତାଙ୍କ ସ୍ବାମୀଙ୍କୁ ଦେଖା କରିବା ପାଇଁ ଯିବାକୁ କହିବାରୁ ମନୋରଞ୍ଜନ ମହିଳାଙ୍କୁ ସାଙ୍ଗରେ ନେଇ ମାର୍ଶାଘାଇ ଥାନାକୁ ଆସିଥିଲେ । ଏତିକି ବେଳେ ପୂଜା କରୁଥିବା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ମହିଳାଙ୍କୁ ସାଙ୍ଗରେ କିଏ ଆସିଛି ବୋଲି ପ୍ରଶ୍ନ କରିଥିଲେ ।

ଏହାପରେ ଆଇଆଇସି ମନୋରଞ୍ଜନଙ୍କୁ ତାଙ୍କ କ୍ୟାବିନକୁ ଡକାଇ ପ୍ରଥମେ ତାଙ୍କ ଜାତି ଓ କାହିଁକି ଆସିଛନ୍ତି ବୋଲି ପଚରାଥିଲେ । ମନୋରଞ୍ଜନ ତାଙ୍କ ଜାତି କୈବର୍ତ୍ତ ଓ ସେ ନିଜ ଭଉଣୀଙ୍କୁ ସାଙ୍ଗରେ ଧରି ଥାନାକୁ ଆସିଥିବା କହିବା ପରେ ଆଇଆଇସି ଜ୍ୟୋତିରଞ୍ଜନ ତାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏହାକୁ ମନୋରଞ୍ଜନ ବିରୋଧ କରିବାରୁ ଆଇଆଇସି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେଠାରୁ ଦୌଡ଼ି ପଳାଇ ଆସିବାକୁ ଉଦ୍ୟମ କରିବା ବେଳେ ପୋଲିସ ବାବୁ ତାଙ୍କର ଛାତି ଉପରେ ଗୋଡ଼ ରଖି ଛିଡା ହେବା ସହ ବିଭିନ୍ନ ବସ୍ତୁରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମନୋରଞ୍ଜନଙ୍କ ପତ୍ନୀ । ଏନେଇ କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏନେଇ ପୀଡିତ ସମାଜସେବୀ କହିଛନ୍ତି, ''ମୋ ସରକାର, ମୋ ଥାନା ଲେଖା ହୋଇଛି ହେଲେ ଏଠି ମୋ ଗୁଣ୍ଡାରାଜ ଲେଖିବା କଥା । ଯଦି ମୋତେ ନ୍ୟାୟ ନ ମିଳେ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବି ଏବଂ ମୋ ଜାତିଭାଇଙ୍କୁ ନେଇ ଥାନା ଘେରାଉ କରିବି ।''

କେବଳ ଏହି ଗୋଟିଏ ଘଟଣା ନୁହେଁ, ଘଟଣା ଦିନ ଅର୍ଥାତ ଜୁଲାଇ ୩ ରାତିରେ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ପାଟକୁରା ଥାନା ତାଳସଙ୍ଗା ଅଞ୍ଚଳକୁ ଯାଇ ମହିଳାଙ୍କ ସ୍ବାମୀଙ୍କୁ(ସମାଜସେବୀ) ଖୋଜିବା ଓ ତାଙ୍କ ସ୍ବାମୀ ଘରେ ନଥିବା କହିବା ସତ୍ତ୍ବେ ଅଶ୍ଳୀଳ ଭାଷାରେ ଗାଳି କରି ମାଡ଼ ମାରିଥିବା ସେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପାଟକୁରା ପୋଲିସ ତାଙ୍କ ଅଭିଯୋଗ ପତ୍ର ନ ରଖିବାରୁ ମହିଳା ବୁଧବାର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି ।

ସେତିକିରେ ଶେଷ ହୋଇନି ପୋଲିସ ବାବୁ ଜ୍ୟୋତିରଞ୍ଜନଙ୍କ ଦାଦାଗିରି । ଗତମାସ ୨୬ ତାରିଖ ଦିନ କେନ୍ଦ୍ରାପଡା ଏସଡିପିଓଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଗୃହରକ୍ଷୀଙ୍କୁ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାର କୌଣସି ସମାଧାନ ଅଦ୍ୟାବଧି ହୋଇ ପାରିନାହିଁ । ଉକ୍ତ ତିନୋଟି ଘଟଣାର ସତ୍ୟତା ଜାଣିବା ପାଇଁ ଉଭୟ ଆଇଆଇସି, କେନ୍ଦ୍ରାପଡା ଏସଡିପିଓଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଅଧିକାରୀମାନେ ଫୋନ ଉଠାଇ ନାହାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.