ETV Bharat / state

ଆନ୍ଧ୍ରର ଚିତ୍ତୋରରେ ମର୍ମନ୍ତୁଦ ଦୁର୍ଘଟଣା: ଚିକିତ୍ସା ପାଇଁ ଯାଇଥିଲା ପରିବାର, ୪ଜଣ ମୃତ ୩ ଗୁରୁତର

author img

By ETV Bharat Odisha Team

Published : Sep 15, 2023, 7:43 PM IST

ଆନ୍ଧ୍ରର ଚିତ୍ତୋରଠାରେ ମର୍ମନ୍ତୁଦ ଦୁର୍ଘଟଣା । ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗ୍ରାମର ଗୋଟିଏ ପରିବାରରୁ 4 ମୃତ 3 ଆହତ । ଅଧିକ ପଢନ୍ତୁ

ଆନ୍ଧ୍ରର ଚିତ୍ତୋର ଠାରେ ମର୍ମନ୍ତୁଦ ଦୁର୍ଘଟଣା
ଆନ୍ଧ୍ରର ଚିତ୍ତୋର ଠାରେ ମର୍ମନ୍ତୁଦ ଦୁର୍ଘଟଣା
ଆନ୍ଧ୍ରର ଚିତ୍ତୋର ଠାରେ ମର୍ମନ୍ତୁଦ ଦୁର୍ଘଟଣା

କେନ୍ଦ୍ରପଡା: ଏମିତିବି ଆସେ ମୃତ୍ୟୁ । ରୋଗୀର ଚିକିତ୍ସା ପାଇଁ ଯାଇଥିଲେ । ହେଲେ ରୋଗୀ ତ ସୁସ୍ଥ ହେଲା ନାହିଁ ବରଂ ଅକାଳରେ ଝଡ଼ିଗଲା ଗୋଟିଏ ପରିବାରର 4 ଜୀବନ । ଏମିତି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗ୍ରାମରେ । ରୋଗୀକୁ ଧରି ଘରକୁ ଫେରୁଥିବା ବେଳେ ଆନ୍ଧ୍ର ବର୍ଡର ଚିତ୍ତୋରଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ଗୋବିନ୍ଦପୁର ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବେଙ୍ଗାଲୁରୁରେ ଡାକ୍ତର ଦେଖିବାପରେ ତାଙ୍କ କ୍ରିଟିକାଲ କଣ୍ଡିସନକୁ ଦେଖି ତାଙ୍କର ଟ୍ରିଟ୍‌ମେଣ୍ଟ୍‌ ନକିର ଓଡ଼ିଶାକୁ ଫେରାଇ ଦେଇଥିଲା । ପରିବାର ଲୋକେ ତାଙ୍କୁ ଧରି ଓଡ଼ିଶା ଫେରୁଥିଲେ । ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ବର୍ଡ଼ର ଚିତ୍ତୋରଠାରେ ଏକ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଧକା ହୋଇଥିଲା । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଫଳରେ ଘଟଣା ସ୍ଥଳରେ ପରିବାରର 4ଜଣଙ୍କ ଜୀବନ ଯାଇଥିବା ବେଳେ 3ଜଣ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଆନ୍ଧ୍ରରେ 2ଟି ଭୟଙ୍କର ଦୁର୍ଘଟଣା: ଚାଲିଗଲା 9ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ 4 ଓଡ଼ିଆ

ମୃତକଙ୍କ ସମ୍ପର୍କୀୟ ଅନ୍ନପୂର୍ଣ୍ଣା ନାୟକ କହିଛନ୍ତି, "ଗାଡି ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ପାଇଁ ଏପରି ମର୍ମନ୍ତୁଦ ଘଟଣା ଘଟିଯାଇଛି । ଗାଡିରେ 7 ଜଣ ଥିବା ବେଳ ଉମେଶ ଚନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ରଶ୍ମିତା ସାହୁ ଏବଂ ବିଜୟ ନାୟକ ମୃତ୍ୟୁ ଘଟିଛି । ଉମେଶ ଚନ୍ଦ୍ର ସାହୁ କୌଣସି ଏକ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି ବେଙ୍ଗାଲୁର ଏକ ଘରୋଇ ମେଡିକାଲକୁ ଯାଇଥିଲେ । ସୁସ୍ଥ ହେବା ପରେ ଆଜି ସକାଳେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରକୁ ଫେରୁଥିଲେ । ହେଲେ ଚିତ୍ତୋର ଜିଲ୍ଲା ତିରୁପତି ବେଙ୍ଗାଲୁରୁ ଜାତୀୟ ରାଜପଥରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ୟାଙ୍କରକୁ ପଛପଟୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉମେଶ ସାହୁଙ୍କ ସମେତ 4 ଜଣଙ୍କ ମୃତ୍ୟୁ ଘଟିଥିଲା । 3 ଜଣ ଗୁରୁତର ଆବସ୍ଥାରେ ଏବେ ଚିକିତ୍ସିତ ହେଉଛନ୍ତି ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.