ETV Bharat / state

Babakarpur Firing Case: ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ, ଏବେବି କାରଣ ଅସ୍ପଷ୍ଟ

author img

By

Published : Mar 6, 2022, 10:40 PM IST

ଗତକାଲି(ଶନିବାର) କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଳାଇଲୋ ପଞ୍ଚାୟତ ବବକରପୁର ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ଇତିମଧ୍ଯରେ ୨୪ ଘଣ୍ଟା ବିତିଗଲାଣି । କିନ୍ତୁ, କେଉଁ କାରଣ ପାଇଁ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ଯୁ ଘଟିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ବବକରପୁର ଗୁଳିକାଣ୍ଡ ଘଟଣାରେ ସାଇଣ୍ଟିଫିକ ଟିମର ତଦନ୍ତ, କାରଣ ଏବେ ବି ଅସ୍ପଷ୍ଟ

କେନ୍ଦ୍ରାପଡା: ଗତକାଲି(ଶନିବାର) କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଳାଇଲୋ ପଞ୍ଚାୟତ ବବକରପୁର ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ଇତିମଧ୍ଯରେ ୨୪ ଘଣ୍ଟା ବିତିଗଲାଣି । କିନ୍ତୁ, କେଉଁ କାରଣ ପାଇଁ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ଯୁ ଘଟିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ୍ ଦୁଇ ଅପରାଧିଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖିଥିବାର କେନ୍ଦ୍ରାପଡା ଏସପି ପ୍ରତିକ୍ରିୟାରେ କହିଥିବା ବେଳେ କେଉଁ କାରଣ ପାଇଁ ଏହି ଗୁଳିକାଣ୍ଡ ଘଟିଲା ସେ ପ୍ରସଙ୍ଗରେ କ୍ୟାମେରା ଆଗରେ ଏସପି ମୁହଁ ଖୋଲିନାହାନ୍ତି ।

ମୃତ ଅରବିନ୍ଦଙ୍କ ପୁଅ ଶୁଭକେଶର ସାଙ୍ଗମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ କୌଣସି କାରଣକୁ ନେଇ ଶୁଭକେଶକୁ ଫୋନ ଯୋଗେ ଧମକ ଦିଆଯାଉଥିଲା । ଅନ୍ୟପଟରେ ପ୍ରେମ ସମ୍ପର୍କକୁ ନେଇ ଏହିପରି ଗୁଳିକାଣ୍ଡ ଘଟିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଦୁଇ ଅପରାଧି ଗୁଳିକାଣ୍ଡ ଘଟାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ତାହା ଜଣାପଡିନାହିଁ ।

ଅରବିନ୍ଦଙ୍କ ପୁଅ ଶୁଭକେଶ ଜଣେ ଭଲ ମେଧାବୀ ଛାତ୍ର ଥିଲେ ଓ ଯାଜପୁର ଅଞ୍ଚଳରେ ଗୋଟିଏ ବେସରକାରୀ କଲେଜରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଶୁଭକେଶ ନିଜେ ଏକ କୋଚିଙ୍ଗ ସେଣ୍ଟର ଖୋଲିଥିଲେ ଏବଂ ବର୍ଷେ ପୂର୍ବରୁ ସେ ବିବାହ କରିଥିଲେ । ତେବେ ଆଜି ମହାକାଳପଡା ପୋଲିସ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । କିନ୍ତୁ, ପୋଲିସ ପକ୍ଷରୁ କେଉଁ କାରଣ ପାଇଁ ଏହି ହତ୍ୟା ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହୃତ ତିନୋଟି ବନ୍ଧୁକ ଜବତ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.