କେନ୍ଦ୍ରାପଡା: ରାଜ୍ୟରେ ଚାଲିଛି ସଡକ ସୁରକ୍ଷା ମାସ । ଦିନକୁ ଦିନ ଘଟୁଥିବା ସଡକ ଦୁର୍ଘଟଣାକୁ ରୋକିବାକୁ ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି । ଗାଡି ଚଲେଇବା ସମୟରେ ଫୋନରେ ନ କଥା ହେବା, ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲେମେଟ ପନ୍ଧିବା,ଚାରି ଚକିଆ ଯାନ ଚଲାଇବା ସମୟରେ ସିଟ ବ୍ଲେଟ ଭିଡିବା ଆଦି ଉପରେ ଲୋକଙ୍କୁ ସଚେତନ କରାଯାଉଛି । ଲୋକଙ୍କୁ ସଚେତନ କରିବା ପରେ ବି କିଛି ଅମାନିଆ ମାନିବାକୁ ନାରାଜ। କେନ୍ଦ୍ରାପଡା ଟାଉନ ଥାନାରେ ରବିବାର ସଡକ ସୁରକ୍ଷାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଗାଡି ଚଲାଇବା ସମୟରେ ମୋବାଇଲରେ ଗପିବା ପାଇଁ 13ଜଣଙ୍କଠାରୁ 65ହଜାର ଫାଇନ ଆଦାୟ କରିଛି ପୋଲିସ ।
ରାସ୍ତାଘାଟରେ ଯେଉଁମାନେ ଅମାନିଆ ହୋଇ ମୋବାଇଲରେ କଥା ହୋଇ ଗାଡି ଚଳାଉଛନ୍ତି ସେମାନଙ୍କ ଗାଡିକୁ ଜବତ କରି ଟାଉନ ଥାନା ପୋଲିସ ଅଟକ ରଖିଛି । ପ୍ରାୟ 13ଜଣଙ୍କଠାରୁ 65ହଜାର ଫାଇନ ଆଦାୟ କରିଛି ପୋଲିସ । ଏହା ସହିତ ଅନିଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ଟ୍ରାଫିକ ନିୟମ ଭାଙ୍ଗି ଥିବା 13ଜଣ ଗାଡିଚାଳକଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରାଇଛନ୍ତି ।
ସେମାନେ ନିଜେ ସଚେତନ ରହିବା ସହିତ ଅନ୍ୟଙ୍କୁ ସଚେତନ କରିବାକୁ କହିଛନ୍ତି ଆରକ୍ଷୀ ଅଧିକାରୀ ମଦକର ସନ୍ଦୀପ ସମ୍ପଦ । ଜିଲ୍ଲାରେ ଆୟୋଜିତ ସେଚତନତା କାର୍ୟ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଏସଡିପିଓ ରାଜୀବ ପଣ୍ଡା ଓ ସଦର ଥାନା ଆଇଆଇସି ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ