ETV Bharat / state

ଚାଲିଚାଲି ଯାଉଥିଲେ ପଛରୁ ପିଟିଲା ବାଇକ, ବୃଦ୍ଧ ମୃତ - ମର୍ମନ୍ତୁଦ ସଦକ ଦୁର୍ଘଟଣା

କେନ୍ଦ୍ରାପଡାରେ ସଡକ ଦୁର୍ଘଟଣା । ବୃଦ୍ଧଙ୍କ ମୃତ୍ୟୁ, ବାଇକ ଆରୋହୀ ଗୁରୁତର । ଅଧିକ ପଢନ୍ତୁ...

Road accident in kendrapara
ମର୍ମନ୍ତୁଦ ସଦକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ, ବାଇକ ଆରୋହୀ ଗୁରୁତର
author img

By

Published : Dec 25, 2020, 10:47 PM IST

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗର ଭିତରକନିକା ମୁଖ୍ୟ ରାସ୍ତାର ଜରିମୂଳ ଛକରେ ସଡକ ଦୁର୍ଘଟଣା । ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ । ସଡକ ଦୁର୍ଘଟଣାରେ ବୃଦ୍ଧଜଣଙ୍କ ମୃତ୍ୟୁବରଣ କରିଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ଚାଲିଚାଲି ଯାଉଥିଲେ ପଛରୁ ପିଟିଲା ବାଇକ, ବୃଦ୍ଧ ମୃତ

ଘଟଣାସ୍ଥଳରୁ ଦୁହିଁଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ହେଲେ, ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ସ୍ଥାନୀୟ ଦକ୍ଷିଣଭେଡା ଗାଁର ଶଙ୍କର୍ଷଣ ରାଉଳ । ଗୁରୁତର ହେଲେ ସ୍ଥାନୀୟ ଢୋଲମରାର ପ୍ରତାପ ସାମଲ । ପ୍ରତାପଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.