ETV Bharat / state

କାଲିଠୁ କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣା ବାଧ୍ୟତାମୂଳକ - କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣା ବାଧ୍ୟତାମୂଳକ

ବୁଧବାର କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣାକୁ କଡାକଡଡି ଭାବେ ପାଳନ କରିବା ପାଇଁ ଜାରୀ କରାଯାଇଛି ନିର୍ଦ୍ଦେଶାବଳୀ । ଅଧିକ ପଢନ୍ତୁ...

religious place will be open tomorrow in kendrapada c
ବୁଧବାର କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣା ବାଧ୍ୟତାମୂଳକ
author img

By

Published : Aug 3, 2021, 4:39 PM IST

କେନ୍ଦ୍ରାପଡା: ବୁଧବାରଠୁ କେନ୍ଦ୍ରାପଡାରେ ଖୋଲିବ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ/ପୂଜାପାଠ ସ୍ଥାନ। କେବଳ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବୁଧବାର କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣା ବାଧ୍ୟତାମୂଳକ

କୋଭିଡ ଗାଇଡ଼ଲାଇନ ଅନୁପାଳନ କରି ଭକ୍ତମାନେ ଦର୍ଶନ କରିପାରିବେ । ଫେସ୍ ମାସ୍କ ପିନ୍ଧିବା,ଦୁଇ ଜଣଙ୍କ ମଧ୍ୟରେ ଦୁଇ ଫୁଟର ସାମାଜିକ ଏବଂ ଶାରୀରିକ ଦୂରତା ବଜାୟ ରଖିବା,ନିୟମିତ ହାତ ପରିଷ୍କାର ରଖିବା ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରରେ କୌଣସି ଭକ୍ତଙ୍କୁ ରୀତିନୀତି କରିବାକୁ କିମ୍ବା ଧାର୍ମିକରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ। ସେହିପରି ରୋଗଗ୍ରସ୍ତ ବ୍ୟକ୍ତି,ବୃଦ୍ଧ ବ୍ୟକ୍ତି,ଗର୍ଭବତୀ ମହିଳା କିମ୍ବା 10 ବର୍ଷରୁ କମ୍ ପିଲାମାନେ ଧାର୍ମିକ ଅନୁଷ୍ଠାନ ଏବଂ ଉପାସନା ସ୍ଥାନ ପରିଦର୍ଶନ ନକରିବାକୁ ପରାମର୍ଶ ଦିଆଯାଇଛି।

religious place will be open tomorrow in kendrapada c
ବୁଧବାର କେନ୍ଦ୍ରାପଡାରେ ଖୋଲିବ ଧାର୍ମିକ ଅନୁଷ୍ଠାନ, କଟକଣା ବାଧ୍ୟତାମୂଳକ

100ଜଣ ଭକ୍ତଙ୍କୁ ନେଇ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.