କେନ୍ଦ୍ରାପଡା: ବିରଳ ପ୍ରଜାତିର ନାଲି ରଙ୍ଗର ସାପ ଉଦ୍ଧାର । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଶିଳିପୁର ଛକ ଥିବା ଏକ କାଠଗୋଲାରୁ ଏହି ବିରଳ ପ୍ରଜାତିର ସାପଟିକୁ ଉଦ୍ଧାର କରାଯାଇଛି । ଏହି ସାପକୁ ଦେଖିବା ପରେ ସ୍ଥାନୀୟ ଲୋକେ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ ।
ଖବର ପାଇ ସାପଧରାଳି ପ୍ରଫୁଲ୍ଲ କୁମାର ସ୍ବାଇଁ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସେ ୧୩ ବର୍ଷ ଧରି ସାପ ଧରିଆସୁଥିଲେ ମଧ୍ୟ ଏହାର ବିରଳ ରଙ୍ଗକୁ ଦେଖି ସାପଟିକୁ ଚିହ୍ନିପାରିନଥିଲେ । ସାପଧରାଳି ପ୍ରଫୁଲ୍ଲ କୁମାର ସ୍ବାଇଁ ଭୁବନେଶ୍ୱର ସ୍ନେକ ହେଲପ ଲାଇନକୁ ଖବର ଦେଇଥିବା ବେଳେ ସେମାନେ ଆସି କେଉଁ ପ୍ରଜାତିର ସାପ ଚିହ୍ନଟ କରିବା ସହ ସାଙ୍ଗରେ ନେଇଯିବା ନେଇ ସୂଚନା ରହିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ