ETV Bharat / state

'ରଞ୍ଜନଙ୍କୁ ଆମେ ମାରିଛୁ, ଆହୁରି ଦୁଇଟି ମୁଣ୍ଡ ନେବୁ', ତଥାପି ପୋଲିସ ହାତରେ ଶିକୁଳି ! - ସୂଚନାକର୍ମୀ ରଞ୍ଜନ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କେନ୍ଦ୍ରାପଡ଼ା ଅଞ୍ଚଳର ଏକ ଭିଡ଼ିଓ । ଯେଉଁଥିରେ ଜଣେ ବ୍ୟକ୍ତି ମଦ୍ୟପାନ କରିବା ସହ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟାକୁ ନେଇ ସାଂଘାତିକ କଥା କହିଛନ୍ତି । "ଆମେ ରଞ୍ଜନଙ୍କୁ ମାରିଛୁ, ଆହୁରି ଦୁଇଟି ମୁଣ୍ଡ ନେବୁ" ବୋଲି ଉକ୍ତ ବ୍ୟକ୍ତି କହୁଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଚୁପ ରହିଛି ପୋଲିସ । ଅଧିକ ପଢନ୍ତୁ..

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 12, 2020, 6:36 AM IST

Updated : Mar 12, 2020, 2:11 PM IST

କେନ୍ଦ୍ରାପଡ଼ା: ପୋଲିସର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ । ଦୋଷୀକୁ କେନ୍ଦ୍ରାପଡ଼ା ପୋଲିସ ଖସାଇ ଦେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଗତ ଜାନୁୟାରୀ ୩୧ତାରିଖରେ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କର ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ କହି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ବେଳେ ଗତକାଲି ତାଳସଙ୍ଗା ଗାଁର ତ୍ରିଲୋଚନ ବାରିକ ନାମକ ଜଣେ ଯୁବକର ଭାଇରାଲ ଭିଡ଼ିଓ ଘଟଣାର ସତ୍ୟ ଖୋଲିଛି । "ଆମେ ରଞ୍ଜନଙ୍କୁ ମାରିଛୁ, ଆହୁରି ଦୁଇଟି ମୁଣ୍ଡ ନେବୁ" ବୋଲି କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାସହ ବିଗତ କିଛି ମାସର ରେକର୍ଡ ଯାହା କହୁଛି କେନ୍ଦ୍ରାପଡାରେ କ୍ରାଇମ ବଢିଛି ମାତ୍ର ପୋଲିସର ଆକ୍ସନ କମିଛି ।

କେନ୍ଦ୍ରାପଡାରେ ପୋଲିସ ନିଷ୍କ୍ରିୟ !

ବର୍ଷ ନଭେମ୍ବର ୨୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହେବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ରହିଛି ପୋଲିସ । ଅବିନାଶ ପାଇଟାଲ ହାଜତ ମୃତ୍ୟୁ ଘଟଣା, ସବୁ କାର୍ଯ୍ୟରେ କେନ୍ଦ୍ରାପଡ଼ା ପୋଲିସ ସାଲିସ କରୁଥିବା ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ। ଗତ ଜାନୁୟାରୀ ୩୧ତାରିଖରେ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ କହି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ରହିଛି । ସେହିପରି ଗତକାଲି ତାଳସଙ୍ଗା ଗାଁର ତ୍ରିଲୋଚନ ବାରିକ ନାମକ ଜଣେ ଯୁବକ "ଆମେ ରଞ୍ଜନଙ୍କୁ ମାରିଛୁ,ଆହୁରି ଦୁଇଟି ମୁଣ୍ଡ ନେବୁ"ବୋଲି କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମଧ୍ୟ ଚୁପ ବସିଛି ପୋଲିସ। ଜଣେ ବ୍ୟକ୍ତି ନିଜ ମୁହଁରେ ରଞ୍ଜନଙ୍କୁ ହତ୍ୟା କରିଥିବା ଘଟଣା କହୁଥିବା ବେଳେ କେନ୍ଦ୍ରାପଡ଼ା ପୋଲିସର ମୌନତା ସେମାନଙ୍କର ଦାୟିତ୍ୱ ମୂଲ୍ୟବୋଧ ଉପରେ ସନ୍ଦେହ ସୃଷ୍ଟି କରିଛି।

ଯଦିଓ ଓଡିଶା ସୂଚନା ଅଧିକାର ଅଭିଯାନ, ରଞ୍ଜନଙ୍କର ମୃତ୍ୟୁ ଘଟଣାରେ ପୋଲିସ ରଖିଥିବା ବୟାନ ବିରୋଧରେ ବାରମ୍ବାର ଆନ୍ଦୋଳନ କରୁଛି ତଥାପି ନିଦାବିଷ୍ଣୁ ସାଜିଛନ୍ତି କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ। କେବଳ ସିନ୍ଧିଚୋରଙ୍କୁ ଧରି ପ୍ରେସମିଟ କରୁଥିବା ପୋଲିସ ବିଭାଗ ଏସବୁ ଘଟଣାରେ ଚୁପ କାହିଁକି ସେନେଇ ଉଠୁଛି ନିରୁତ୍ତର ପ୍ରଶ୍ନ। ଅନ୍ୟଜଣେ ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦଙ୍କୁ ଜଣେ ସରକାରୀ କର୍ମଚାରୀ ପରୋକ୍ଷ ଭାବେ ହତ୍ୟା କରିବାକୁ ଧମକ ଦେଇଥିବା ବେଳେ ପୋଲିସର ନିଷ୍କ୍ରିୟତା ପାଇଁ ଆଶା ଆଶଙ୍କାରେ ସାଧାରଣ ଜନତା ଓ ସୂଚନା ଅଧିକାର କର୍ମୀ।

ଅନ୍ୟପକ୍ଷରେ ସାଧାରଣ ମଣିଷଟିଏ ହେଲମେଟ ନପିନ୍ଧି କିମ୍ବା ନିଶାସେବନ କରି ଗାଡି ଚଳାଇଲେ ତାକୁ ମନ ମୁତାବକ ଫାଇନ କାଟୁଥିବା ପୋଲିସ ଯଦି ନିଜେ ଆକଣ୍ଠ ମଦ୍ୟପାନ କରି ଗାଡି ଚଳାଏ ଓ ଦୁର୍ଘଟଣା ଘଟାଏ ତେବେ ସେଥିପାଇଁ ଦାୟୀ କିଏ? ଏଭଳି ଏକ ଦୃଶ୍ୟ ଗତ ୯ତାରିଖ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ କେନ୍ଦ୍ରାପଡ଼ା ସଦର ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଗତ ୯ ତାରିଖ ରାତିରେ ସହରର ତିନିମୁହାଣୀ ଛକ ନିକଟରେ ଅତ୍ୟଧିକ ମଦ୍ୟପାନ କରି ବାଇକ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଲୋକଙ୍କ ଦେହରେ ପିଟି ହୋଇଥିଲେ ପୋଲିସ ବାବୁ । ତାଙ୍କ ଏତାଦୃଶ ଅବସ୍ଥା ଦେଖି ଲୋକମାନେ କାବା ହେବାପରେ ସ୍ଥାନୀୟ ତିନିମୁହାଣୀରେ ସାମୟିକ ଉତ୍ତେଜନା ଦେଖାଦେଇଥିଲା। ପରେ ଉକ୍ତ କନେଷ୍ଟବଳଙ୍କୁ ଉଦ୍ଧାର କରିବା ପାଇଁ ଲୋକମାନେ PCR ଗାଡିକୁ ଡାକିଥିଲେ।

ପିସିଆର ଆସି ପହଞ୍ଚିବା ପରେ ଲୋକମାନେ ଯାହା ଦେଖିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଥିଲା। PCRରେ ଉଦ୍ଧାର କରିବାକୁ ଆସିଥିବା ପୋଲିସ ବାବୁ ମଧ୍ୟ ନିଶାସେବନ କରି ଆସିଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କର ସୁରକ୍ଷା ଦୃଷ୍ଟିକୋଣରୁ ନିୟୋଜିତ ପୋଲିସ ବାସ୍ତବିକ କେତେ କାର୍ଯ୍ୟକ୍ଷମ ଓ ସକ୍ରିୟ ତାହା ଏଭଳି ଘଟଣା ମାନଙ୍କରୁ ବେଶ ଅନୁମେୟ। ରାଜ୍ୟ ସରକାର 5Tରେ ସାଧାରଣ ଲୋକଙ୍କର ସମସ୍ୟା ପୋଲିସ ମାଧ୍ୟମରେ ସମାଧାନ ହେଉଥିବା କଥା କହୁଥିବା ବେଳେ ବାସ୍ତବିକ କେନ୍ଦ୍ରାପଡ଼ା ପୋଲିସ କେତେ ସଫଳ ତାହା ଏଭଳି ଘଟଣାରେ ଜଣାପଡ଼ିଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଏସପି ନୀତିଶେଖରଙ୍କ ବଦଳି ପାଇଁ ଦାବି ଜୋର ଧରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 12, 2020, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.