ETV Bharat / state

Ram Navami: ରାମଚନ୍ଦ୍ରଙ୍କ ଜନ୍ମୋତ୍ସବରେ ଉତ୍ସବମୁଖର କେନ୍ଦ୍ରାପଡ଼ା - କେନ୍ଦ୍ରାପଡ଼ାରେ ରାମ ନବମୀ

ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବମୁଖର କେନ୍ଦ୍ରାପଡ଼ା ଜିଲ୍ଲା । କେନ୍ଦ୍ରାପଡା ସହରର ବିଭିନ୍ନ ରାମ ମନ୍ଦିରରେ ରାମ ଲାଲାଙ୍କ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ

Ram Navami: ରାମଚନ୍ଦ୍ରଙ୍କ ଜନ୍ମୋତ୍ସବରେ ଉତ୍ସବମୁଖର କେନ୍ଦ୍ରାପଡ଼ା

author img

By

Published : Apr 10, 2022, 8:05 PM IST

କେନ୍ଦ୍ରାପଡା: ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଇଁ ଆଜି(ରବିବାର) ଚଳଚଞ୍ଚଳ ସାରା ଦେଶ । ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବମୁଖର କେନ୍ଦ୍ରାପଡ଼ା ଜିଲ୍ଲା । କେନ୍ଦ୍ରାପଡା ସହରର ବିଭିନ୍ନ ରାମ ମନ୍ଦିରରେ ରାମ ଲାଲାଙ୍କ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେଉଛି ।

Ram Navami: ରାମଚନ୍ଦ୍ରଙ୍କ ଜନ୍ମୋତ୍ସବରେ ଉତ୍ସବମୁଖର କେନ୍ଦ୍ରାପଡ଼ା

ସହରର ତିନିମୁହାଣୀ ରାମ ମନ୍ଦିର, ଗୋପ ରାମ ମନ୍ଦିର ଓ ଗରାପୁର ରାମ ମନ୍ଦିରରେ ଆଜି ସକାଳୁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଜମିଛି । ପ୍ରତ୍ୟୁଷରୁ ଭକ୍ତମାନେ ଲମ୍ବା ଧାଡିରେ ଛିଡା ହୋଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ । ଅନେକ ରାମ ମନ୍ଦିରରେ ରାମଜନ୍ମ ଅବସରରେ ହୋମଯଜ୍ଞ ମଧ୍ୟ ଆୟୋଜିତ ହୋଇଥିବା ବେଳେ ଅନେକ ସ୍ଥାନରେ ସ୍ଥାନୀୟ ଭକ୍ତଙ୍କ ଦ୍ୱାରା ଜଳଛତ୍ର ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି । ସେହିପରି ସନ୍ଧ୍ୟାରେ ଭଜନ ସମାରୋହ, ପ୍ରବଚନ କାର୍ଯ୍ୟକ୍ରମ, ପାଲା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.