ETV Bharat / state

ଠକେଇର ୧୦ ବର୍ଷ ପରେ ଦେଉଳି ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

author img

By

Published : Jul 29, 2022, 9:39 AM IST

ଜାଲ ଦସ୍ତଖତ ଓ ଜାଲ ଟିପ ଚିହ୍ନ ଦେଇ ଋଣ ଆବେଦନ କରିଥିବା ଅଭିଯୋଗରେ ଦେଉଳି ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ । ଅଧିକ ପଢନ୍ତୁ

ଠକେଇର ୧୦ ବର୍ଷ ପରେ ଦେଉଳି ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ
ଠକେଇର ୧୦ ବର୍ଷ ପରେ ଦେଉଳି ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

କେନ୍ଦ୍ରାପଡ଼ା: ଠକେଇ ଅଭିଯୋଗରେ ଜେଲ ଗଲେ ରାଜକନିକା ଦେଉଳି ସମବାୟ ସମିତିର ପୂର୍ବତନ ସମ୍ପାଦକ ମୃତ୍ୟୁଞ୍ଜୟ ରାଉଳ । ଜାଲ ଦସ୍ତଖତ ଓ ଜାଲ ଟିପ ଚିହ୍ନ ଦେଇ ଋଣ ଆବେଦନ କରିଥିବା ଅଭିଯୋଗର ଦୀର୍ଘ ୧୦ ବର୍ଷ ପରେ ଗିରଫ କଲା ରାଜକନିକା ପୋଲିସ । ପୋଲିସର ସୂଚନା ଅନୁଯାୟୀ,ଗତ ୨୦୧୨ ମସିହାରେ ଦେଉଳି ସମବାୟ ସମିତିରେ ଚକ୍ରଧର ମହାନ୍ତିଙ୍କ ଅଗୋଚରରେ ୪,୩୨,୦୦୦ ଟଙ୍କାର ଋଣ ଉଠାଣ କରାଯାଇଥିଲା।

ପ୍ରଥମେ ଚକ୍ରଧରଙ୍କ ନାମରେ ଏକ ଋଣଗ୍ରହୀତା ଦସ୍ତାବିଜ ପ୍ରସ୍ତୁତ କରାଯାଇ ଋଣ ଆବେଦନ କରାଯାଇଥିଲେ ମଧ୍ୟ ତତ୍କାଳୀନ କଟକ କେନ୍ଦ୍ର ସମବାୟ ସମିତି ମ୍ୟାନେଜର ଏହି ଋଣ ଆବେଦନକୁ ନାକଚ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ପାଦକ ମୃତ୍ୟୁଞ୍ଜୟ ରାଉଳ, ଚକ୍ରଧରଙ୍କ ଭାଇ ବଜରପୁର ଗାଁର ଗଦାଧର ମହାନ୍ତି, କାଳିସିପଡା ଗାଁର ଅକ୍ଷୟ ନାୟକ ଓ ପୋରଳ ଗାଁର ବସନ୍ତ ମଲ୍ଲିକ ମିଳିତ ହୋଇ ଅକ୍ଷୟ ନାୟକଙ୍କୁ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ଚକ୍ରଧର ମହାନ୍ତି ଦର୍ଶାଇ ତାଙ୍କ ଟିପଚିହ୍ନ ଓ ଜାଲ ଦସ୍ତଖତ କରି ଋଣ ଆବେଦନ କରିଥିଲେ ।

ଏହି ଘଟଣା ଉଭୟ ମ୍ୟାନେଜର ଓ ଚକ୍ରଧର ଜାଣିବା ପରେ ରାଜକନିକା ଥାନାରେ ୨୦୧୨ରେ ଭାଇ ଗଦାଧର,ବସନ୍ତ ଓ ଅକ୍ଷୟଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ତିନିଜଣଙ୍କୁ ପୂର୍ବରୁ ଓଡିଶା ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଥିବା ବେଳେ ପୋଲିସ ତଦନ୍ତରେ ସମ୍ପାଦକ ମୃତ୍ୟୁଞ୍ଜୟ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା । ତେବେ ସମବାୟ ସମିତିର ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ମୃତ୍ୟୁଞ୍ଜୟକୁ ଗତ ୨୦୧୯ ମସିହାରେ ବିଭାଗ ନିଲମ୍ବିତ କରିଥିଲା । ତେବେ ଗୁରୁବାର ରାଜକନିକା ଥାନା ଅଧିକାରୀ ବିଲ୍ଵମଙ୍ଗଳ ସେଠୀ ଏହି ଠକେଇ ଅଭିଯୋଗ ଘଟଣାରେ ଅଭିଯୁକ୍ତ ମୃତ୍ୟୁଞ୍ଜୟକୁ ଗିରଫ କୋର୍ଟଚାଲାଣ କରିଥିବା ଜଣାପଡିଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ମୃତ୍ୟୁଞ୍ଜୟକୁ କେନ୍ଦ୍ରାପଡ଼ା ଉପ କାରଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.