ETV Bharat / state

ସରକାରୀ ଅଫିସ ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଅଭିଯୋଗ ନ ଜଣାଇ ଫେରୁଛନ୍ତି ଗ୍ରାମବାସୀ - ସରକାରୀ ଅଫିସ

ରାଜ୍ୟରେ ଦେଖାଦେଇଛି ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ସରକାରୀ କାର୍ଯ୍ୟାଳୟ । ଗତ ୧୯ତାରିଖରୁ ହେଉଥିବା ବର୍ଷାରେ ତିନିଫୁଟ ଉପରକୁ ପାଣି ଛିଡା ହୋଇଛି କାର୍ଯ୍ୟାଳୟ ଭିତରେ । ଯେଉଁଥି ପାଇଁ ସମସ୍ତ କାମ ବନ୍ଦ ପଡିଛି ଉଭୟ ତହସିଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର । ଅଧିକ ଖବର ପଢନ୍ତୁ...

ବର୍ଷା ବିତ୍ପାତ;ସରକାରୀ ଅଫିସ ଭିତରେ ଲହଡି ଭାଙ୍ଗୁଛି ପାଣି

author img

By

Published : Aug 26, 2020, 5:20 PM IST

କେନ୍ଦ୍ରାପଡା: ରାଜ୍ୟରେ ଦେଖାଦେଇଛି ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ସରକାରୀ କାର୍ଯ୍ୟାଳୟ । ଗତ ୧୯ତାରିଖରୁ ହେଉଥିବା ବର୍ଷାରେ ତିନିଫୁଟ ଉପରକୁ ପାଣି ଛିଡା ହୋଇଛି କାର୍ଯ୍ୟାଳୟ ଭିତରେ । ଯେଉଁଥି ପାଇଁ ସମସ୍ତ କାମ ବନ୍ଦ ପଡିଛି ଉଭୟ ତହସିଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର । କେବଳ ଅଫିସରେ ସମସ୍ୟା ନୁହେଁ ଲଗାଣ ବର୍ଷା ଛଡାଇ ନେଇଛି ଚାଷୀ ଆଖିରୁ ଫସଲର ସ୍ବପ୍ନ। ତେବେ ଏହି ଚାଷୀ ଦୁଃଖରେ ପଡି ଅଭିଯୋଗ କରିବାକୁ ଆସୁଥିବା କାର୍ଯ୍ୟାଳୟ ଗୁଡିକ ବର୍ତ୍ତମାନ ପାଣି ଘେରରେ ଅନ୍ୟପକ୍ଷରେ ଅଧିକାରୀମାନେ ଜଳବନ୍ଦୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ(DRDA) ଓ ତହସିଲ କାର୍ଯ୍ୟାଳୟରେ ।

କାର୍ଯ୍ୟାଳୟ ଭିତରେ ଆଣ୍ଠୁଏ ପାଣି, ଫାଇଲ ପତ୍ର, ଗଡରେଜ ଇତ୍ୟାଦି ପାଣିରେ ବୁଡି ରହୁଥିବାବେଳେ ଅଫିସ ଭିତରେ ଲହଡି ଭାଙ୍ଗୁଛି । କର୍ମଚାରୀ ଆସୁଛନ୍ତି ହେଲେ ପାଣି ଭିତରେ ରହି କାମ କରିବା କାଠିକର ପାଠ ହୋଇଥିବାରୁ କାମ ବନ୍ଦ କରି ଅନ୍ୟଏକ କୋଠରୀରେ ବସି ରହି ଅତ୍ୟାବଶ୍ୟକ କାମ କରୁଛନ୍ତି ।

ବର୍ଷା ବିତ୍ପାତ;ସରକାରୀ ଅଫିସ ଭିତରେ ଲହଡି ଭାଙ୍ଗୁଛି ପାଣି

ନିଜ ଘର ଭାଙ୍ଗି ଯାଇଥିବାରୁ ଜଜାଙ୍ଗ ଗ୍ରାମରୁ ଅଭିଯୋଗ କରିବାକୁ ଆସିଥିବା ଜନୈକ ବୃଦ୍ଧ ବ୍ୟକ୍ତି ତହସିଲ ଅଫିସ ଆସି ଏଦୃଶ୍ୟ ଦେଖି ନିଜ ଦୁଃଖ ନଜଣାଇ ଫେରି ଯାଇଛନ୍ତି । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ତହସିଲ ଅଫିସରେ ପାଣି ପଶିବା ସମ୍ବନ୍ଧରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ପଚାରିବାରୁ ତହସିଲ କାର୍ଯ୍ୟାଳୟ ତଳିଆ ସ୍ଥାନରେ ହୋଇଥିବା କାରଣରୁ ଅଳ୍ପ ବର୍ଷାରେ ଏଠାରେ ପାଣି ଜମି ରହୁଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ସହ ଆଲୋଚନା ଶେଷ ହୋଇଛି ଏବଂ ଖୁବଶୀଘ୍ର ଏହି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଲି କ୍ୟାମେରା ସାମ୍ନାକୁ ନ ଆସି କହିଛନ୍ତି ଅଧ୍ୟକ୍ଷ।

'ଗାଁ ପରିମଳ ଧୋବା ତୁଠ'ରୁ ଭଳି ଜିଲ୍ଲାର ସାମଗ୍ରିକ ବିକାଶର ଚିତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ କେନ୍ଦ୍ରାପଡ଼ା ତହସିଲରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.