ETV Bharat / state

ମତଦାନ ପୂର୍ବରୁ ହୋଟେଲରେ ଚଢାଉ ଜାରି - kendrapara

ମତଦାନକୁ ଆଉ କିଛି ଘଣ୍ଟା ବାକିଥିବା ବେଳେ ଜିଲ୍ଲାର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ ଜାରି ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି କେନ୍ଦ୍ରପଡା
author img

By

Published : Apr 28, 2019, 11:51 PM IST

Updated : Apr 29, 2019, 12:06 AM IST

କେନ୍ଦ୍ରାପଡା: ମତଦାନକୁ ଆଉ କିଛି ଘଣ୍ଟା ବାକିଥିବା ବେଳେ ଜିଲ୍ଲାର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ ଜାରି ରଖିଛି । ଜିଲ୍ଲା ବାହାରର ନେତା ଆସି ଡେରା ପକାଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରବିବାର ସନ୍ଧ୍ୟାରେ ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ହଠାତ ଶିଳ୍ପ ଓ ଗମନାଗମନରେ ପଛୁଆ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ହୋଟେଲ ଓ ଲଜ ଉପରେ ଚଢ଼ାଉ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମେ ହୋଟେଲ ଗୌରୀ ଶଙ୍କର ଓ ଲଜ ଉପରେ ଚଢାଉ କରିବା ପରେ ବିନାୟକ ପ୍ୟାଲେସ ଓ ଗୋଲଡେନ ପ୍ୟାଲେସ ଉପରେ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ଓ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଗୌରୀଶଙ୍କର ହୋଟେଲରୁ ୪୮ ହଜାର ଟଙ୍କା ବାହାରିଥିବା ବେଳେ ଏହି ଟଙ୍କା ହୋଟେଲ ଓ ରେଷ୍ଟୁରାଣ୍ଟର ପଇସା ଓ ଗତ ଦୁଇଦିନ ବ୍ୟାଙ୍କ ବନ୍ଦ ଥିବାରୁ ଏହି ଟଙ୍କା ଜମା ହୋଇପାରିନଥିବା ହୋଟେଲ ମ୍ୟାନେଜର କହିଛନ୍ତି । ତେବେ ଏହି କଥାର ଯଥାର୍ଥ ଥିବାରୁ ଏହି ଟଙ୍କାକୁ ଜବତ କରାଯାଇନଥିବା ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର କହିଛନ୍ତି ।

ଆଜିର ଏହି ଚଢ଼ାଉ ପୋଲିସ ପ୍ରଶାସନର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଚାଲୁଥିବା ବେଳେ ଟାଉନ ଆଇଆଇସି ଦେବାଶିଷ ମିଶ୍ର, ସଦର ଆଇଆଇସି ମହେଶ୍ୱର ସେଠୀଙ୍କ ଉପସ୍ଥିତିରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜୀବ ଲୋଚନ ପଣ୍ଡା କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : Apr 29, 2019, 12:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.