ETV Bharat / state

ସଙ୍ଗରୋଧ କେନ୍ଦ୍ର ସାନିଟାଇଜ କଲେ ଜିଲ୍ଲା ପରିଷଦ ସଭ୍ୟା

author img

By

Published : May 15, 2020, 2:18 PM IST

Updated : May 15, 2020, 6:00 PM IST

କେନ୍ଦ୍ରାପଡ଼ା ବ୍ଲକ କଳପଡ଼ା ପଞ୍ଚାୟତର ଅନନ୍ତ ୟୁ.ପି.ସ୍କୁଲରେ ହୋଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ସଫେଇ କରୁଥିବା ଜନୈକ ଯୁବକଙ୍କୁ ଗାଁ ଲୋକେ ବିଭିନ୍ନ ଟାହିଟାପରା କରିବା ସହିତ ଯୁବକ ଜଣକ ଗାଁ ଭିତରକୁ ପଶି ପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ଏହି କେନ୍ଦ୍ରଟିକୁ ନିଜେ ସାନିଟାଇଜ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମହିଳା ଜିଲ୍ଲା ପରିଷଦ ସଦସ୍ୟା ଜଣଙ୍କ ।

ସଙ୍ଗରୋଧ କେନ୍ଦ୍ର ସାନିଟାଇଜ କଲେ ମହିଳା ଜିଲ୍ଲା ପରିଷଦ ସଭ୍ୟା

କେନ୍ଦ୍ରାପଡା: କୋଭିଡ-19କୁ ନେଇ ସମଗ୍ର ବିଶ୍ବ ଚିନ୍ତାରେ । ଏଭଳି ସମୟରେ ସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀ ଯେପରିକି ଡାକ୍ତର, ନର୍ସ,ଆଶା, ପୋଲିସ ଓ ସଫେଇ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାରିତ ହେଉଛି । କିନ୍ତୁ ବାସ୍ତବିକ ଏହି ସଚେତନତା ବାର୍ତ୍ତାରୁ କିଛି ମଧ୍ୟ ଶିକ୍ଷାଲାଭ କରିପାରୁନାହାନ୍ତି ଲୋକେ । ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ବ୍ଲକ କଳପଡ଼ା ପଞ୍ଚାୟତରେ । ଏହି ପଞ୍ଚାୟତର ଅନନ୍ତ ୟୁ.ପି.ସ୍କୁଲରେ ହୋଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ସଫେଇ କରୁଥିବା ଜନୈକ ଯୁବକଙ୍କୁ ଗାଁ ଲୋକେ ବିଭିନ୍ନ ଟାହିଟାପରା କରିବା ସହିତ ଯୁବକ ଜଣକ ଗାଁ ଭିତରକୁ ପଶି ପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସଙ୍ଗରୋଧ କେନ୍ଦ୍ର ସାନିଟାଇଜ କଲେ ଜିଲ୍ଲା ପରିଷଦ ସଭ୍ୟା

ପାରିବାରିକ ବାସନ୍ଦକୁ ଡରି ଯୁବକ ଜଣକ ସଫେଇ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି । କିନ୍ତୁ ଏଭଳି ଘଟଣା ଜିଲ୍ଲା ପରିଷଦ ସଦସ୍ୟାଙ୍କ ଦୃଷ୍ଟିଗୋଚର କରାଇବା ପରେ ଗାଁ ଲୋକଙ୍କ ନାମରେ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ୮ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତ୍ସରାଣୀ ଜେନା । ଆଉ ଲୋକମାନଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ନିଜେ ସାନିଟାଇଜର ମେସିନ କାନ୍ଧେଇ ଶୁକ୍ରବାର ପହଞ୍ଚି ଯାଇଛନ୍ତି ସଙ୍ଗରୋଧ କେନ୍ଦ୍ରରେ ଏବଂ ଏହି କେନ୍ଦ୍ରଟିକୁ ନିଜେ ସାନିଟାଇଜ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମହିଳା ଜିଲ୍ଲା ପରିଷଦ ସଦସ୍ୟା ଜଣଙ୍କ ।

ସଚେତନତା ସତ୍ତ୍ବେ କୋରୋନାକୁ ନେଇ ଭ୍ରମରେ ଥିବା ଲୋକମାନଙ୍କ ମନରୁ ଏହାକୁ ଦୂରେଇ 'କୋରୋନା ରୋଗକୁ ଘୃଣା କରନ୍ତୁ, ରୋଗୀକୁ ନୁହେଁ' ବାର୍ତ୍ତା ନେଇ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଜ୍ୟୋତ୍ସରାଣୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 15, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.