ETV Bharat / state

ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ, ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ମହିଳାଙ୍କ ଧମକ

author img

By

Published : Oct 7, 2019, 10:22 AM IST

ମଦ ଦୋକାନକୁ ବିରୋଧ କରୁଥିବା ମହିଳାଙ୍କୁ ପ୍ରଶାସନିକ ସ୍ତରରେ ଅସହଯୋଗ । ଦୀର୍ଘ ଦୁଇମାସ ହେବ ଧାରଣାରେ ବସିଥିଲେ ମଧ୍ୟ ଶୁଣୁନି ପ୍ରଶାସନ । ବାରମ୍ବାର ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ନିରାଶ ହେବାପରେ ହାତରେ କିରାସିନି, ପେଟ୍ରୋଲ ଓ ଦିଆସିଲି ଧରି ଆତ୍ମହତ୍ୟା କରିବା ପାଇଁ ଦେଇଛନ୍ତି ଧମକ ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ମଦ ଦୋକାନକୁ ବିରୋଧ କରୁଥିବା ମହିଳାଙ୍କୁ ପ୍ରଶାସନିକ ସ୍ତରରେ ଅସହଯୋଗ । ଦୀର୍ଘ ଦୁଇମାସ ହେବ ଧାରଣାରେ ବସିଥିଲେ ମଧ୍ୟ ଶୁଣୁନି ପ୍ରଶାସନ । ବାରମ୍ବାର ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ନିରାଶ ହେବାପରେ ହାତରେ କିରାସିନି, ପେଟ୍ରୋଲ ଓ ଦିଆସିଲି ଧରି ଆତ୍ମହତ୍ୟା କରିବା ପାଇଁ ଦେଇଛନ୍ତି ଧମକ ।

ରାଜନଗର ଥାନା ଭିତରଗଡ ପଞ୍ଚାୟତରେ ଥିବା ଏକ ସରକାରୀ ବିଦେଶୀ ଠିପିବନ୍ଦ ମଦଦୋକାନକୁ ବାରମ୍ବାର ସ୍ଥାନୀୟ ମହିଳା, ପୁରୁଷ ଓ ବୁଦ୍ଧିଜୀବି ବିରୋଧ କରି ଦୁଇମାସ ହେବ ଧାରଣାରେ ବସିଛନ୍ତି । ମଦଦୋକାନଟି ସ୍ଥାନୀୟ ବିଦ୍ୟାଳୟ,ମନ୍ଦିର ଓ ଜନବସତି ମଧ୍ୟରେ ଥିବାରୁ ମଦ ଦୋକାନକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଦୌରାତ୍ମ୍ୟରେ ଅସହ୍ୟ ହୋଇଯାଉଛନ୍ତି ଏମାନେ । ତେଣୁ ଆଉ ଆନ୍ଦୋଳନରେ ନବସି ଆତ୍ମହତ୍ୟା ଭଳି ଚରମ ରାସ୍ତା ବାଛିନେଇଛନ୍ତି ମହିଳା । ହାତରେ ପେଟ୍ରୋଲ, କିରାସିନି ଓ ଦିଆସିଲି ଧରି ଢେର ସମୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବାରମ୍ବାର ପ୍ରଶାସନକୁ ଗୁହାରି ଶୁଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରିନଥିଲା । ତେବେ ପୂର୍ବରୁ କିଛି ମହିଳା ଏନେଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଭେଟି ଅଭିଯୋଗ କରିବା ପରେ ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ସେଠାରୁ ମଦ ଦୋକାନ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମହିଳାମାନଙ୍କର ବିଶ୍ବାସ ନହେବାରୁ ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ନିଜ ମୋବାଇଲ ନମ୍ବର ଦେଇଥିଲେ । ଏହା ସହ ଦୋକାନ ସମ୍ବନ୍ଧୀୟ କୌଣସି ଅଭିଯୋଗ ପାଇଁ ତାଙ୍କୁ ମହିଳାମାନେ ଯୋଗାଯୋଗ କରିପାରିବେ ବୋଲି ମଧ୍ୟ କହିଥିଲେ ।

ତେବେ ଦୁଇଦିନ ପରେ ମଦ ଦୋକାନ ବନ୍ଦ ନହେବାରୁ ଜୟଶ୍ରୀ ସେଠୀ ନାମକ ଜଣେ ମହିଳା ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟାହ୍ନରେ ଫୋନ କରିବାରୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ତାଙ୍କୁ ଫୋନରେ ଗୀତ ଶୁଣାଇଥିଲେ । ତେବେ ସେ ଗୀତ ବାଥରୁମରେ ପଶି ଗାଇଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ଏଭଳି ଅଭିଯୋଗକୁ ହାଲୁକାରେ ନେଇ ଅତିରିକ୍ତ ଜିଲ୍ଲାପାଳ ରାଉତ କହିଛନ୍ତି ‘ଆଜିକାଲି ଫୋନରେ ରିଂ ଟୋନ ବାଜୁଛି, ସେଇଟା ବାଜୁଥିବ । ମୁଁ ସିଙ୍ଗର ନୁହେଁ, ତେଣୁ ଗୀତ କାହିଁକି ଗାଇବି?’

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:07.10.2019
Radhakanta Mohanty, Kendrapada
Slug-od_kpr_01_wine adm_script_7204459
Anchor-ମଦ ଦୋକାନକୁ ବିରୋଧ କରି ଦୀର୍ଘ ଦୁଇମାସ ହେବ ଧାରଣାରେ ଥିବା ମହିଳା ମାନଙ୍କୁ ପ୍ରଶାସନିକ ସ୍ତରରେ ଅସହଯୋଗ।ବାରମ୍ବାର ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବାପରେ ହାତରେ କିରାସିନି, ପେଟ୍ରୋଲ ଓ ଦିଆସିଲି ଧରି ଆତ୍ମହତ୍ୟା କରିବା ପାଇଁ ଧମକ ଦେବାପରେ ଚିହିଁକି ଉଠିଛି ପ୍ରଶାସନ।
Body:VO1-କେନ୍ଦ୍ରାପଡ଼ା ରାଜନଗର ଥାନା ଭିତରଗଡ଼ ପଞ୍ଚାୟତରେ ଥିବା ଏକ ସରକାରୀ ବିଦେଶୀ ଠିପିବନ୍ଦ ମଦଦୋକାନକୁ ବାରମ୍ବାର ସ୍ଥାନୀୟ ମହିଳା,ପୁରୁଷ ଓ ବୁଦ୍ଧିଜୀବି ବିରୋଧ କରି ଦୁଇମାସ ହେବ ଧାରଣାରେ ବସିଛନ୍ତି।ମଦଦୋକାନଟି ସ୍ଥାନୀୟ ବିଦ୍ୟାଳୟ,ମନ୍ଦିର ଓ ଜନବସତି ମଧ୍ୟରେ ଥିବାରୁ ମଦ ଦୋକାନକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଦୌରାତ୍ମ୍ୟରେ ଅସହ୍ୟ ହୋଇ ଆଉ ଆନ୍ଦୋଳନରେ ନବସି ଆତ୍ମହତ୍ୟା ଭଳି ଚରମ ରାସ୍ତା ବାଛିନେଇଛନ୍ତି ମହିଳାମାନେ।ହାତରେ ପେଟ୍ରୋଲ,କିରାସିନି ଓ ଦିଆସିଲି ଧରି ଢେର ସମୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୋବାଲ କରିଛନ୍ତି ମହିଳା।
Byt-ସସ୍ମିତା ନାୟକ(ମଦ ବିରୋଧୀ ମହିଳା)
VO2-ବାରମ୍ବାର ପ୍ରଶାସନକୁ ଗୁହାରି ଶୁଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରିନଥିଲା।ତେବେ ଗତଥର କିଛି ମହିଳା ଏନେଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଭେଟି ଅଭିଯୋଗ କରିବାପରେ ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ସେଠାରୁ ମଦ ଦୋକାନ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ମହିଳାମାନଙ୍କର ବିଶ୍ୱାସ ନହେବାରୁ ଅତିରିକ୍ତ ଜିଲ୍ଲାପାଳ ମହିଳାମାନଙ୍କୁ ନିଜ ମୋବାଇଲ ନମ୍ବର ଦେଇଥିଲେ ଏବଂ ମଦ ଦୋକାନ ସମ୍ବନ୍ଧୀୟ କୌଣସି ଅଭିଯୋଗ ପାଇଁ ତାଙ୍କୁ ମହିଳା ମାନେ ଯୋଗାଯୋଗ କରିପାରିବେ ବୋଲି ମଧ୍ୟ କହିଥିଲେ।ତେବେ ଦୁଇଦିନ ପରେ ମଦ ଦୋକାନ ବନ୍ଦ ନହେବାରୁ ଜୟଶ୍ରୀ ସେଠୀ ନାମକ ଜଣେ ମହିଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କୁ ମଧ୍ୟାହ୍ନରେ ଫୋନ କରିବାରୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ତାଙ୍କୁ ଫୋନରେ ଗୀତ ଶୁଣାଇଥିବା ଓ ସେ ଗୀତ ବାଥରୁମରେ ପଶି ଗାଇଥିବାର ଅଭିଯୋଗ କରିଛନ୍ତି ମହିଳାଜଣକ।ତେବେ ଏଭଳି ଅଭିଯୋଗକୁ ହାଲୁକାରେ ନେଇ ଅତିରିକ୍ତ ଜିଲ୍ଲାପାଳ ରାଉତ କହିଛନ୍ତି "ଆଜିକାଲି ଫୋନରେ ରିଂ ଟୋନ ବାଜୁଛି,ସେଇଟା ବାଜୁଥିବ।ମୁଁ ସିଙ୍ଗର ନୁହେଁ, ତେଣୁ ଗୀତ କାହିଁକି ଗାଇବି?"ବୋଲି କହିଛନ୍ତି।ତେବେ ମହିଳା ମାନେ କରିଥିବା ମଦ ଦୋକାନ ବନ୍ଦ ପାଇଁ ଦାବି ଅନୁସାରେ ଉକ୍ତ ସ୍ଥାନରେ ଦୁଇବର୍ଷ ହେବ ମଦ ଦୋକାନ ଥିଲା,ଦୁଇବର୍ଷରେ ଲୋକସଂଖ୍ୟା ବଢିବାରୁ ଜନବସତି ବଢ଼ିଲା ତେଣୁ ଆଗରୁ ବିରୋଧ କରୁନଥିବା ଲୋକେ ଏବେ ବିରୋଧ କଲେ ବୋଲି ମଧ୍ୟ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
Byt-ଜୟଶ୍ରୀ ସେଠୀ(ଅଭିଯୋଗକାରିଣୀ)
Byt-ବସନ୍ତ ରାଉତ(ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
Conclusion:FVO-ସାଧାରଣ ଲୋକଟିଏ ବହୁ ଆଶା ଓ ବିଶ୍ୱାସ ନେଇ ବଡ଼ବାବୁ ମାନଙ୍କ ପାଖକୁ ଆସୁଥିବା ବେଳେ ସେମାନଙ୍କର ଏଭଳି ବ୍ୟବହାର ଓ ସଙ୍ଗୀତ ଗାନର ତଦନ୍ତ ଆବଶ୍ୟକୀୟ ହୋଇପଡିଛି ନଚେତ 5T କଥା କହୁଥିବା ରାଜ୍ୟ ସରକାରଙ୍କର "ମା'କୁ ସମ୍ମାନ" ନାରା କେବଳ ନାରାରେ ରହିଯିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.