ETV Bharat / state

ଫନି ପରେ ବି ଥମିନି ଦୁର୍ଦ୍ଦଶା, ବାସହରାଙ୍କ ମନୋବଳ ଭାଙ୍ଗିଛି ପ୍ରଶାସନିକ ଉଦାସୀନତା

କେନ୍ଦ୍ରାପଡ଼ା ପୌରାଞ୍ଚଳ ୬ ନମ୍ବର ୱାର୍ଡର ଅର୍ଦ୍ଧାଧିକ ବ୍ୟକ୍ତି ନିରକ୍ଷର ଥିବାବେଳେ ମୂଲିଆ ମଜୁରୀ କରି ଦୁଇଓଳି ଖାଇବା ଏକାଠି କରନ୍ତି । କିନ୍ତୁ ଫନି ତାଣ୍ଡବ ଏବେ ଏମାନଙ୍କୁ ବାସହରା କରିଛି । ଆଉ ପ୍ରଶାସନିକ ଅବହେଳା ଏମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 21, 2019, 9:12 AM IST

:

କେନ୍ଦ୍ରାପଡା: ଫନି ଆସିଲା ଆଉ କିଛି ଘଣ୍ଟାର ତାଣ୍ଡବ ପରେ ଫେରିଗଲା । ହେଲେ ରାଜ୍ୟବାସୀଙ୍କୁ ଦେଇଗଲା ଦୁଃଖ । ଇତି ମଧ୍ୟରେ ବିତିଯାଇଛି 18 ଦିନ । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଏହେଉଛି କେନ୍ଦ୍ରାପଡ଼ା ପୌରାଞ୍ଚଳ ୬ ନମ୍ବର ୱାର୍ଡ ଆଦିବାସୀ ସାହିର । ସାହିର ଅର୍ଦ୍ଧାଧିକ ବ୍ୟକ୍ତି ନିରକ୍ଷର ଥିବାବେଳେ ମୂଲିଆ ମଜୁରୀ କରି ଦୁଇଓଳି ଖାଇବା ଏକାଠି କରନ୍ତି । କିନ୍ତୁ ଫନି ତାଣ୍ଡବ ଏବେ ଏମାନଙ୍କୁ ବାସହରା କରିଛି । ଆଉ ପ୍ରଶାସନିକ ଅବହେଳା ଏମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଫନି ବାତ୍ୟା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ମାତ୍ର ବାତ୍ୟା ପରେ ସମସ୍ତେ ନିଜ ଘରକୁ ଫେରିବା ପରେ କିଛି ଲୋକଙ୍କ ଘର ମାଟିରେ ମିଶି ଯାଇଥିବାବେଳେ ଆଉ କିଛି ଲୋକଙ୍କ ଘରର ଛପର ଉଡିଯାଇଥିଲା । ସରକାରୀ ସହାୟତା କହିଲେ କେବଳ ଚୁଡା, ଚାଉଳ ଓ ୫୦୦ ଟଙ୍କା ମିଳିଥିଲା । ମାତ୍ର ବାସ ହରାଇଥିବା ପରିବାରକୁ ପାଲ ଖଣ୍ଡିଏ ଦେବାକୁ ପ୍ରଶାସନର ଉଦାସୀନତାକୁ ବିରୋଧ କରିଛନ୍ତି ଆଦିବାସୀ ଲୋକମାନେ ।

ବାପଅଜା ଅମଳରୁ ଏଠାରେ ରହିଆସୁଥିବା ଆଦିବାସୀଙ୍କୁ ଭୂମିହୀନ ଦର୍ଶାଇ ସରକାରୀ ସୁବିଧାରୁ ବଞ୍ଚିତ ରଖାଯାଉଛି । ଫଳରେ ଏମାନଙ୍କ ପାଇଁ ସରକାରୀ ସହାୟତା ସାତସପନ । ଏନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଗୁହାରି ପରେ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସେ । କିନ୍ତୁ ପ୍ରତିଶ୍ରୁତି ଦେବାର କିଛି ଘଣ୍ଟା ନପୁରୁଣୁ ବଦଳି ଯାଇଥିଲେ ଜିଲ୍ଲାପାଳ । ଏସଂକ୍ରାନ୍ତରେ ଜିଲ୍ଲା ଜରୁରୀ ବିଭାଗ ସହିତ ଯୋଗାଯୋଗ କରିବା ପରେ ଆଦିବାସୀଙ୍କ ଏହି ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

କେବେ ଏହି ନୀରିହ ଆଦିବାସୀଙ୍କ ଦାବି ପୂରଣ ହେଉଛି ଏବଂ କେବେ ସେମାନଙ୍କୁ ସରକାରୀ ସହାୟତା ମିଳୁଛି ତାହା ସମୟ ଅପେକ୍ଷାରେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.