ETV Bharat / state

ଆଳି ବଡ଼ଆଙ୍କୋ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା, ୧୦ ଆହତ

author img

By

Published : Feb 17, 2022, 9:01 AM IST

ଭୋଟିଂ ବେଳେ ବୋମାମାଡ଼, ବୁଥ କ୍ୟାପଚରିଂ, ମାରପିଟ୍, ଗୋଷ୍ଠୀସଂଘର୍ଷ ଭଳି ନିର୍ବାଚନୀ ହିଂସାର କିଛି ଚିତ୍ର ସାମ୍ନାକୁ ଆସିଛି । କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟି 10 ଜଣ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଆଳି ବଡ଼ଆଙ୍କୋ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସାଆଳି ବଡ଼ଆଙ୍କୋ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଭିତରେ ଅନେକ ହିଂସାକାଣ୍ଡ ଘଟିଛି । ଭୋଟିଂ ବେଳେ ବୋମାମାଡ଼, ବୁଥ କ୍ୟାପଚରିଂ, ମାରପିଟ୍, ଗୋଷ୍ଠୀସଂଘର୍ଷ ଭଳି ନିର୍ବାଚନୀ ହିଂସାର କିଛି ଚିତ୍ର ସାମ୍ନାକୁ ଆସିଛି । କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟି 10 ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଆଳି ବଡ଼ଆଙ୍କୋ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା

ଅଭିଯୋଗ ଅନୁଯାୟୀ ଗ୍ରାମର ହନୁମାନ ଛକରେ ସୁବ୍ରତ ତ୍ରିପାଠୀ,ସୁଶାନ୍ତ ବେହୁରା,ଅଜୟ ସାହୁ,ସହଦେବ ବେହୁରା, ଅବକାଶ ସେଠୀଙ୍କ ସମେତ ବଡ଼ଆଙ୍କୋ ହନୁମାନ ଛକ ନିକଟରେ ବସି ଗ୍ରାମରେ ନିର୍ମାଣଧୀନ ହନୁମାନ ମନ୍ଦିର ବିଷୟରେ ଆଲୋଚନା କରୁଥିଲେ । ଏହି ସମୟରେ ଗ୍ରାମର ସୁବାଷ ମଲିକ, ରମେଶ ମଲିକ,ବାବାଜୀ ମଲିକଙ୍କ ସମେତ ଅନ୍ୟମାନେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ସମୟରେ ଗ୍ରାମବାସୀ ସେଠାକୁ ଆସିବାରୁ ସେମାନେ ପଳାଇ ଯାଇଥିଲେ ।

ସେମାନଙ୍କ ଆକ୍ରମଣରେ ସୁବ୍ରତଙ୍କ ସମେତ ସୁଶାନ୍ତ ବେହୁରା, ଅଜୟ ସାହୁ, ସହଦେଵ ବେହୁରା,ଅବକାଶ ସେଠୀ ଆହତ ହୋଇ ଆଳି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷରେ ଉଷା ମଲିକ ନିରଞ୍ଜନ ମଲିକ,ରମେଶ ମଲିକ ପ୍ରମୁଖଙ୍କୁ ସଦେଇ ବେହେରା,କାଳିଆ, ଅଜୟ, ଟାଇଆ ପ୍ରମୁଖଙ୍କ ସମେତ ଅନ୍ୟମାନେ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିବା ପାଲଟା ଅଭିଯୋଗ ହୋଇଛି ।

ଏନେଇ ଆଳି ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାପଡିଛି l ଏହି ଘଟଣା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି। ଖବର ପାଇ ଆଳି ପୋଲିସ ଗ୍ରାମରେ ପାଟ୍ରୋଲିଂ କଡାକଡି କରିଛି । ପ୍ରକାଶ ଥାଉ ଆଳି ବ୍ଲକରେ ୩୪ଟି ପଞ୍ଚାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.