ETV Bharat / state

ଥାନା ପରିସରରେ ସୁନ୍ଦର ବଗିଚା, ସେଲଫି ପାଇଁ ଜମୁଛି ଭିଡ - ଉମାକାନ୍ତ ନାୟକଙ୍କ ପ୍ରକୃତି ପ୍ରେମ

ଥାନା ବାବୁଙ୍କ ପ୍ରକୃତି ପ୍ରେମ । ପେଶାରେ ଜଣେ ପୋଲିସ ଚାକିରିଆ ହୋଇଥିଲେ ବି ନିଜ କାର୍ଯ୍ୟରୁ ସମୟ ମିଳିଲେ ଥାନା ପରିସରରେ ସୃଷ୍ଟି କରିଛନ୍ତି ସୁନ୍ଦର ବଗିଚା । ଯାହା ସଭିଁଙ୍କ ମନ କିଣୁଛି । ଅଧିକ ପଢନ୍ତୁ...

odkpd__Police Babu's nature love
ଥାନା ବାବୁଙ୍କ ପ୍ରକୃତି ପ୍ରେମ: ଥାନା ପରିସରରେ ସୃଷ୍ଟି କଲେ ସୁନ୍ଦର ବଗିଚା
author img

By

Published : Feb 17, 2020, 11:06 PM IST

କେନ୍ଦ୍ରାପଡା: ସାଧାରଣତଃ ଥାନା ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଜାତ ହୁଏ । ଆଉ କାମ ଥିଲେ ବି ଲୋକ ଥାନା ଯିବାକୁ କୁଣ୍ଠାବୋଧ କରିଥାନ୍ତି । କିନ୍ତୁ ଏମିତି ଏକ ଥାନା ଅଛି, ଯେଉଁଠିକୁ ସାଧାରଣ ଲୋକେ ଯିବାକୁ ପସନ୍ଦ କରନ୍ତି । ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । ସକାଳର କଅଁଳ ଖରାରେ ଖିଲି ଖିଲି ହସୁଥିବା ଏହି ରଙ୍ଗବେରଙ୍ଗର ଫୁଲକୁ । ହେଲେ ଏହି ଫୁଲ କୌଣସି ଫୁଲ ବଗିଚା କିମ୍ବା ଚାଷ ଜମିର ଦୃଶ୍ୟ ନୁହେଁ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ପରିସରର । ଆଉ ଏହି ବଗିଚାର ମାଳି ହେଲେ ଜଣେ ପୋଲିସ ଅଧିକାରୀ ।

ଥାନା ବାବୁଙ୍କ ପ୍ରକୃତି ପ୍ରେମ: ଥାନା ପରିସରରେ ସୃଷ୍ଟି କଲେ ସୁନ୍ଦର ବଗିଚା

ଡେରାବିଶ ଥାନାଧିକାରୀ ଉମାକାନ୍ତ ନାୟକ । ଯାହାଙ୍କ ଉଦ୍ୟମରେ ଥାନା ପରିସରରେ ଗଢି ଉଠିଛି ଏହି ସୁନ୍ଦର ଫୁଲ ବଗିଚା । ଯାହା ଲୋକଙ୍କ ମନ କିଣୁଛି । ଥାନା କାର୍ଯ୍ୟରୁ ସମୟ ମିଳିଲେ ଥାନା ପରିସର ବଗିଚାରେ କାମରେ ଲାଗି ଯାଆନ୍ତି ଉମାକାନ୍ତ । ଏହି ବଗିଚାରେ ସେ ଅନେକ ପ୍ରଜାତିର ଗେଣ୍ଡୁଫୁଲ, ଭଳିକି ଭଳି ଗୋଲାପ ଫୁଲ ସହିତ ସାଲଭିଆ, ବିଗୁନିଆ, ସାଲୋସିଆ, ଅରର୍କିଟ ଭଳି ଫୁଲଗଛ ଲଗାଇଛନ୍ତି । ଏହା ସହ ବିଭିନ୍ନ ପନିପରିବା ମଧ୍ୟ ଲଗାଇଛନ୍ତି ଥାନା ପରିସରରେ । ଖାଲି ଯେ ଲଗାଇଛନ୍ତି ତାହା ନୁହେଁ ସେ ଏମାନଙ୍କର ଯତ୍ନ ନିଜ ପିଲାଙ୍କ ଭଳି ନେଇଥାନ୍ତି । ଆଉ ଖିଲି ଖିଲି ହସୁଥିବା ଏହି ବଗିଚାକୁ ଦେଖି ବେଶ ଖୁସି ହୋଇଥାନ୍ତି । ତାଙ୍କର ଏହି ପ୍ରୟାସରେ ତାଙ୍କ ସହ କର୍ମଚାରୀ ମଧ୍ୟ ସହଯୋଗ କରିଥାନ୍ତି ।

କେବଳ ଏତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ନିଜ କାମ ସରିବା ପରେ ଏଠାକୁ ବୁଲିବାକୁ ଆସିଥାନ୍ତି । କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠପଢାରୁ ସମୟ ବାହାର କରି ଏହି ବଗିଚାକୁ ବୁଲିବାକୁ ଆସି ସେଲଫି ଉଠାଇଥାନ୍ତି । ଉମାକାନ୍ତ ପେସାରେ ଜଣେ ପୋଲିସ ହୋଇଥିଲେ ବି ତାଙ୍କ ଅତ୍ୟାଧୁନିକ ଗାର୍ଡେନର ପ୍ରୟାସକୁ ସ୍ଥାନୀୟବାସୀ ପ୍ରଶଂସା କରିଛନ୍ତି । ଏଥିସହ ବିଭିନ୍ନ ମହଲରେ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.