ETV Bharat / state

କେନ୍ଦ୍ରାପଡା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କରିବେ ମାରାଥନ ପ୍ରଚାର - ମୋଦି

ରାଜ୍ୟରେ ଚାଲିଥିବା ନିର୍ବାଚନୀ ମାହୋଲକୁ ବେଶ ସରଗରମ କରୁଛି ହେଭିୱେଟ ନେତାଙ୍କ ପ୍ରଚାର ଗସ୍ତ । ବର୍ତ୍ତମାନ ରାଜ୍ୟକୁ ବିଜେପିର ଅନେକ ହେଭିୱେଟଙ୍କ ଲାଇନ ଛୁଟିଥିବା ବେଳେ ମଙ୍ଗଳବାର ଜିଲ୍ଲାରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 23, 2019, 6:15 AM IST

କେନ୍ଦ୍ରାପଡା: ରାଜ୍ୟରେ ଚାଲିଥିବା ନିର୍ବାଚନୀ ମାହୋଲକୁ ବେଶ ସରଗରମ କରୁଛି ହେଭିୱେଟ ନେତାଙ୍କ ପ୍ରଚାର ଗସ୍ତ । ବର୍ତ୍ତମାନ ରାଜ୍ୟକୁ ବିଜେପିର ଅନେକ ହେଭିୱେଟଙ୍କ ଲାଇନ ଛୁଟିଥିବା ବେଳେ ମଙ୍ଗଳବାର ଜିଲ୍ଲାରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜିଲ୍ଲାସ୍ତରୀୟ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଦର୍ଶକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ 23 ତାରିଖ, ମଙ୍ଗଳବାର ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବାରୁଅ ପଡିଆରେ ପ୍ରାୟ 45 ଏକର ଜାଗାରେ ସଭାସ୍ଥଳର ଆୟୋଜନ ହୋଇଛି । ଯେଉଁଠାରେ ଏକାସାଙ୍ଗରେ ଦେଢ ଲକ୍ଷ ଲୋକେ ବସି ପ୍ରଧାନମନ୍ତ୍ରୀଙ୍କୁ ଶୁଣିବାର ବ୍ୟବସ୍ଥା ରହିଛି । ସଭାରେ ଯୋଗ ଦେବାକୁ ଥିବା ସମସ୍ତ ଦର୍ଶକମାନଙ୍କ ପାଇଁ ପାନୀୟ ଜଳ ସହ ଟଏଲେଟ୍‌ର ବ୍ୟବସ୍ଥା ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଞ୍ଚ ପଛରେ ଅସ୍ଥାୟୀ କାର୍ଯ୍ୟାଳୟ ସହ ଗ୍ରୀନ ରୁମ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ 11ଟି ପାର୍କିଂର ବ୍ୟବସ୍ଥା କରାଯିବା ସହ ସକାଳ 6ଟାରୁ ସଭା ଶେଷ ହେବା ଯାଏଁ ତିନିମୁହାଣୀର ଗୁଲନଗର ଛକଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରହିବା ନେଇ ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳ ଓ ସଭାସ୍ଥଳକୁ ସଂଯୋଗ କରୁଥିବା ରାସ୍ତାରେ ମୋଟ 28 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରେ 5 ଜଣ ଏସ୍‌ପି ରାଙ୍କ ଅଫିସରଙ୍କ ସମେତ 8 ଜଣ ଆଡିସନାଲ ଏସ୍‌ପି, 15ଜଣ ଡିଏସ୍‌ପି ଓ 30ଜଣ ଇନସ୍ପେକ୍ଟର ପାହ୍ୟାର ଅପିସର ରହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି । ତେବେ ରବିବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିର୍ବାଚନରେ ପ୍ରାର୍ଥୀମାନଙ୍କ ପାଇଁ ଅନେକ ଲାଭଦାୟୀ ହେବ । ତେଣୁ ଲୋକଙ୍କୁ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବି ।

ଗୋଟିଏ ପଟେ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ରହିଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’କୁ ନେଇ ଆଶାବାଦୀ ଅଛନ୍ତି ଦଳୀୟ କର୍ମୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.