ETV Bharat / state

ଭିନ୍ନ ଏକ ମାତୃଦିବସ: ବୃଦ୍ଧା ମା' ମାନଙ୍କୁ ପୂଜାର୍ଚ୍ଚନା କଲେ ଦିବ୍ଯାଙ୍ଗ ଉର୍ବଶୀ - କଳସପୁର ଗ୍ରାମ ସମାଜସେବୀ ଉର୍ବଶୀ ଦାସଙ୍କ ମାତୃ ଦିବସ

ବୃଦ୍ଧା ମା' ମାନଙ୍କୁ ପୂଜାର୍ଚ୍ଚନା କରି ମାତୃ ଦିବସ ପାଳନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଳସପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସମାଜସେବୀ ଉର୍ବଶୀ ଦାସ । ଅଧିକ ପଢନ୍ତୁ

ଭିନ୍ନ ଏକ ମାତୃଦିବସ: ବୃଦ୍ଧା ମା' ମାନଙ୍କୁ ପୂଜାର୍ଚ୍ଚନା କଲେ ଦିବ୍ଯାଙ୍ଗ ଉର୍ବଶୀ

author img

By

Published : May 8, 2022, 10:58 PM IST

କେନ୍ଦ୍ରାପଡା: ସାରା ବିଶ୍ୱ ଆଜି(ରବିବାର) ପାଳନ କରୁଛି ମାତୃଦିବସ । ଆଜିର ଏହି ମାତୃଦିବସକୁ ବିଭିନ୍ନ ବର୍ଗର ଲୋକମାନେ ପାଳନ କରୁଥିବା ବେଳେ ଗ୍ରାମର ବୃଦ୍ଧା ମା' ମାନଙ୍କୁ ପୂଜାର୍ଚ୍ଚନା କରି ମାତୃ ଦିବସ ପାଳନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଳସପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସମାଜସେବୀ ଉର୍ବଶୀ ଦାସ । କଳସପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଏହି ମାତୃଦିବସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଳି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ଵେତା ନାୟକ, ଦେବସ୍ମିତା ଶର୍ମା ଓ କଳସପୁର ସରପଞ୍ଚ ସୁଧିର ମଲିକ ଯୋଗ ଦେଇଥିଲେ ।

ଭିନ୍ନ ଏକ ମାତୃଦିବସ: ବୃଦ୍ଧା ମା' ମାନଙ୍କୁ ପୂଜାର୍ଚ୍ଚନା କଲେ ଦିବ୍ଯାଙ୍ଗ ଉର୍ବଶୀ

ଅତିଥିମାନେ ମା' ମାନଙ୍କୁ ଆଜିର ଦିବସ ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ପରେ ସମସ୍ତ ବୃଦ୍ଧା ମହିଳା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଡାକ୍ତର । ଏହା ପରେ ବୃଦ୍ଧା ମା' ମାନଙ୍କୁ ଫୁଲଚନ୍ଦନ ଦେଇ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କୁ ଉର୍ବଶୀ ନିଜ ଗୋଡ଼ ସାହାଯ୍ୟରେ ବନ୍ଦାପନା କରିଥିଲେ ଓ ଗୋଟିଏ ଲେଖାଁଏ ଶାଢ଼ୀ ପ୍ରଦାନ କରିଥିଲେ । ଏହି ଅବସରରେ ଉର୍ବଶୀ କହିଥିଲେ ଯେ, ‘‘ଯଦି ପୂଜା କରିବାର ଅଛି ତ ନିଜ ବାପା ମାଙ୍କୁ ପୂଜାକର, ମନ୍ଦିର ଯିବା ଆବଶ୍ୟକ ନାହିଁ । ଚଞ୍ଚଳା ଧଳ ନାମକ ଜଣେ ମହିଳା କୁହନ୍ତି ଯେ, ଉର୍ବଶୀ ଅକ୍ଷମ ହେଲେ ମଧ୍ୟ ଗ୍ରାମର ଅନେକ ଉନ୍ନତି କାର୍ଯ୍ୟ କରେ । ଆଜି ମାତୃ ଦିବସ ଅବସରରେ ଆମ ମାନଙ୍କୁ ଯେଉଁଭଳି ଭାବେ ପୂଜାର୍ଚ୍ଚନା କରିଲା ତାହା ସବୁଦିନ ପାଇଁ ମନେ ରହିବ l ଆଗାମୀ ଦିନରେ ଏହିଭଳି କାର୍ଯ୍ୟ କରି ଆଗକୁ ବଢୁ ଏହା ହିଁ କାମନା କରୁଛି ।’’

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.