ETV Bharat / state

ସରପଞ୍ଚଙ୍କ ଜାଲ ଦସ୍ତଖତରେ 10 ଲକ୍ଷ ଆତ୍ମସାତ ଅଭିଯୋଗ, PEO ଗିରଫ - 10 ଲକ୍ଷ ଆତ୍ମସାତ ଅଭିଯୋଗରେ PEO ଗିରଫ

୧୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ପିଇଓ(ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) ଗିରଫ । ସରପଞ୍ଚଙ୍କ ଦସ୍ତଖତ କରି ହୋଇଥିଲା ଚଞ୍ଚକତା । ଅଧିକ ପଢନ୍ତୁ....

ସରପଞ୍ଚଙ୍କ ଜାଲ ଦସ୍ତଖତ କରି 10 ଲକ୍ଷ ଆତ୍ମସାତ, PEO ଗିରଫ

author img

By

Published : Jun 23, 2021, 8:30 PM IST

କେନ୍ଦ୍ରାପଡ଼ା: ୧୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ପିଇଓ(ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) ଗିରଫ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଆଖୁଳିପଡ଼ା ପଞ୍ଚାୟତର ପିଇଓ ମିନତୀ ବାସ୍କେଙ୍କୁ ଗିରଫ କରିଛି ରାଜକନିକା ପୋଲିସ।

ସରପଞ୍ଚଙ୍କ ଜାଲ ଦସ୍ତଖତ କରି 10 ଲକ୍ଷ ଆତ୍ମସାତ, PEO ଗିରଫ

ହୋଇଥିବା ଅଭିଯୋଗ ଅନୁସାରେ ପଞ୍ଚାୟତକୁ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଆସିଥିବା ସରକାରୀ ଅର୍ଥକୁ ପିଇଓ ନିଜେ ସରପଞ୍ଚଙ୍କ ଦସ୍ତଖତକୁ ଜାଲିଆତି କରି ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ସରପଞ୍ଚଙ୍କ ଅଗୋଚରରେ ଅର୍ଥ ଉଠାଣ ହୋଇଥିବା ଜଣା ପଡିବାପରେ, ଏନେଇ ବିଡ଼ିଓଙ୍କ ନିକଟରେ ଆଖୁଳିପଡ଼ା ସରପଞ୍ଚ ନିଜେ ଅଭିଯୋଗ କରିଥିଲେ। ପରେ ଉକ୍ତ ଘଟଣାରେ ତଦନ୍ତ କରାଯିବାରୁ ପିଇଓ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡିଥିଲା । ଏନେଇ ପିଇଓ ବାସ୍କେଙ୍କ ନାଁରେ ରାଜକନିକା ଥାନାରେ ଏତଲା ଦେଇଥିଲେ ବିଡିଓ । ବିଡିଓ ଏତଲାକୁ ଆଧାର କରି ରାଜକନିକା ପୋଲିସ ପିଇଓ ମିନତୀ ବାସ୍କେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.