କେନ୍ଦ୍ରାପଡ଼ା: ଗତକାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ତନୁପୁର ନିକଟରେ ଅଚାନକ ଚଢ଼ାଉ କରି ୭ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ସେମାନଙ୍କ ନିକଟରୁ ଏକ ବନ୍ଧୁକ,ଗୋଟିଏ କଟୁରି,ଦୁଇଟି ଛୁରୀ ସମେତ ମଦ ବୋତଲ ଓ ଲଙ୍କା ଗୁଣ୍ଡ ଜବତ କରିଛି ପୋଲିସ।
ପୋଲିସ ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ହାଇୱେ ଲୁଟ ଓ ପେଟ୍ରୋଲ ଟାଙ୍କି ଉପରେ ଆକ୍ରମଣ କରିବା ଯୋଜନା ରଖିଥିଲେ । ଅନ୍ୟପଟେ ଏହି ଲୁଟେରା ମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ମାମଲା ରହିଥିବା କହିଛନ୍ତି ଥାନାଧିକାରୀ ଓ ଏମାନେ ପୂର୍ବରୁ ୩ଥର ଯୋଜନା କରି ବିଫଳ ହୋଇଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପଟ୍ଟାମୁଣ୍ଡାଇ ପୋଲିସ ୬୦/୨୧ରେ ଏକ ମାମଲା ରୁଜ୍ଜୁ କରି ୩୯୯,୪୦୨ ଓ ୨୫ ଆର୍ମସ ଆକ୍ଟ ଅନୁସାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ଅଧିକାରୀ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ