ETV Bharat / state

ପାଟକୁରାରେ ଭୋଟରଙ୍କ ପୋଷ୍ଟର: ପଢିବେ ନେତା, ପଢାଇବେ ଜନତା

ଭୋଟ ଆସିଲେ ମାଡି ଆସନ୍ତି ନେତା । ପରେ ପୁଣି ଭୁଲି ଯାଆନ୍ତି ସବୁ ପ୍ରତିଶ୍ରୁତି । ଏପରିକି ଖଣ୍ଡେ ଭଲ ରାସ୍ତାଟିଏ ପାଇଁ ଦାବି କରି କରି 20 ବର୍ଷ ବିତିଗଲାଣି । ହେଲେ ମିଳିନି ସ୍ଥାୟୀ ସମାଧାନ । ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତ ହରିଜନ ସାହି ଭୋଟର ।

author img

By

Published : Jul 15, 2019, 5:15 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ନୋ ରୋଡ, ନୋ ଭୋଟ । ଆପଣଙ୍କ ସାମ୍ନାରେ ଦୁଇଟି ପୋଷ୍ଟର । ଗୋଟିଏ ପୋଷ୍ଟରରେ ଭୋଟ ମାଗୁଛି ନେତା । ଆଉ ଅନ୍ୟ ପୋଷ୍ଟରରେ ରୋଡ ମାଗୁଛି ଜନତା । । ଭୋଟ ପାଇଁ ଗାଁକୁ ନେତା ଆସିବେ, ପକ୍କା ପଢିବେ ଜନତାଙ୍କ ପୋଷ୍ଟର । ଏ ଚିତ୍ର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତ ହରିଜନ ସାହିର । ରାସ୍ତା ଖଣ୍ଡିଏ ପାଇଁ କହି କହି ଥକି ଗଲେ । ହେଲେ କେହି ଶୁଣିଲେନି । ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦ୍ରାପଡା

ଆପଣ ଯେଉଁ ରାସ୍ତା ଦେଖୁଛନ୍ତି, ଏହା ଜଣଙ୍କ ଘରୋଇ ମାଲିକାନାରେ ରହିଛି । ଫଳରେ ବାଟରେ ଚାଲିବାର ସ୍ବାଧିନତା ବି ଏମାନଙ୍କୁ ମିଳିନି । ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କଥା ପଚାରେ କିଏ ? ଅଙ୍ଗନୱାଡି କେନ୍ଦ୍ର ଗୋଟିଏ କିଲୋମିଟର ଦୂରରେ । ଆଉ ଏଭଳି ସ୍ଥିତିରେ ପାଟକୁରା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ନେତା । ପ୍ରସ୍ତୁତିରେ ବ୍ୟସ୍ତ ପ୍ରଶାସନ । ଦାବି ପୁରା ପାଇଁ ଅଡିବସିଛନ୍ତି ଭୋଟର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ପାଟକୁରାରେ ଭୋଟରଙ୍କ ପୋଷ୍ଟର: ପଢିବେ ନେତା, ପଢାଇବେ ଜନତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.