ETV Bharat / state

ସାବିତ୍ରୀଙ୍କ ମୁଣ୍ଡରେ ପାଟକୁରା ମୁକୁଟ!

author img

By

Published : Jul 24, 2019, 9:07 AM IST

Updated : Jul 24, 2019, 2:27 PM IST

ପାଟକୁରାରେ ଶଙ୍ଖନାଦ । ୧୭,୬୫୫ ଖଣ୍ଡ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଅମାନତ ହରାଇଲା କଂଗ୍ରେସ ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ସାବିତ୍ରୀଙ୍କ ମୁଣ୍ଡରେ ପାଟକୁରା ମୁକୁଟ । ବାଜି ମାରିଲା ବିଜେଡି । ବିଜୟଙ୍କ ହେଲା ପରାଜୟ । ୧୭,୬୫୫ ଖଣ୍ଡ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଆଉ ଏହା ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିୟର ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାଟକୁରା ବିଧାନସଭା ନିର୍ବାଚନରେ ବି କମାଲ କଲା ବିଜେଡି । ପରାଜୟ ସ୍ବୀକାର କଲା ବିଜେପି । ସାବିତ୍ରୀଙ୍କୁ ୯୪ହଜାର ୨୭୬ ଖଣ୍ଡ ଭୋଟ ମିଳିଛି । ୭୬ ହଜାର ୭୪୦ ଖଣ୍ଡ ଭୋଟ ପାଇଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । କଂଗ୍ରେସ ଖାତାରେ ମାତ୍ର 2ହଜାର 81ଟି ଭୋଟ ପଡିଛି । ଏବେ କେବଳ ଆନୁଷ୍ଠାନିକ ଭାବରେ ଘୋଷଣାକୁ ଅପେକ୍ଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଭୋଟ ଗଣତି ପାଇଁ 18ଟି ଟେବୁଲର ବ୍ୟବସ୍ଥା ହୋଇଥିଲା । 12 ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ଥିଲେ । ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ଚାଲିଥିଲା ଭୋଟ ଗଣତି । ପ୍ରଥମେ ଡେରାବିଶ ବ୍ଲକ, ପରେ ଗରଦପୁର ଓ ଶେଷରେ ମାର୍ଶାଘାଇ ବ୍ଲକର ଭୋଟ ଗଣତି ହୋଇଥିଲା । ବିଜୟ ପରେ ଧୁମଧାମ ସେଲିବ୍ରେସଲ କରୁଛି ବିଜେଡି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ଓ ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:Conclusion:
Last Updated : Jul 24, 2019, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.