ETV Bharat / state

ସରିଲା ପାଟକୁରା ନିର୍ବାଚନ, ଅପେକ୍ଷା 24କୁ

author img

By

Published : Jul 21, 2019, 4:48 PM IST

ପାଟକୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଆସନ୍ତା 24ରେ ହେବ ଭୋଟ ଗଣତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାଜ୍ୟରେ ଗତ ମେ' ମାସରୁ ଗଠନ ହୋଇସାରିଛି ସରକାର । ତେବେ ରାଜ୍ୟରେ ଥମି ନାହିଁ ନିର୍ବାଚନର ମାହୋଲ । ଗତ ନିର୍ବାଚନ ସମୟରେ ବାତିଲ ହୋଇଥିବା ପାଟକୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ଏହାରି ମଧ୍ୟରେ ଶେଷ ହୋଇଛି । ରାଜନୈତିକ ପତିଆରା ଦୃଷ୍ଟିରୁ ଏହି ଆସନ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ ବିଧାନସଭା ନିର୍ବାଚନ ସମୟରେ ବାତିଲ ହୋଇଥିବା ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷରେ ଗତକାଲି ଶେଷ ହୋଇଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ରାଜ୍ୟ ରାଜନୀତିରେ ହଠାତ ପାଟକୁରା ଆସନ ଚର୍ଚ୍ଚାକୁ ଆସିଯାଏ । ପରେ ନିର୍ବାଚନ ବାତିଲ ହେବାପରେ ଏହି ଚର୍ଚ୍ଚା ଆହୁରି ବଢିଯାଏ । ପରେ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ପାଇଁ ସାନି ତାରିଖ ଭାବେ ଜୁଲାଇ 20କୁ ଘୋଷଣା କଲେ । ଏହା ପରେ ଆରମ୍ଭ ହେଲା ଅସଲ ଲଢେଇ । ଏହି ଆସନକୁ ନିଜ ଦଖଲକୁ ନେବାକୁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ସବୁ ଶକ୍ତି ଲଗାଇ ଦେଇଥିଲେ । ବିଜେଡି ବିଜେପିର ହାଇଭୋଲଟେଜ ଲଢେଇରେ କିନ୍ତୁ ପଛରେ ପଡିଗଲା କଂଗ୍ରେସ ।

ହେଲେ କୌଣସି ମତେ ଆସନ ଦଖଲ ପାଇଁ ରାଜନୈତିକ ଦଳ କୌଣସି ସୁଯୋଗ ଛାଡିଲେ ନାହିଁ । ବିଜେପି ବାରୁମ୍ବାର ଅଭିଯୋଗ କଲା ଶାସକ ଦଳ ସରକାରୀ କଳ ବ୍ୟବହାର କରି ଟଙ୍କା ବାଣ୍ଟୁଛି । ବିଜେଡି ମଧ୍ୟ ବିଜେପି ବିରୋଧରେ ଆଣିଲା ସଂଗୀନ ଅଭିଯୋଗ । ଆଉ ଏହି ଲଢେଇର ଗଣମାଧ୍ୟମକୁ ମଧ୍ୟ ଛାଡିଲେ ନାହିଁ ଖୋଦ ଜିଲ୍ଲା ପୋଲିସ ମୁଖିଆ ।

ଏହାସହ ଜଣେ ମହିଳା ସାମ୍ବାଦିକାଙ୍କୁ ମଧ୍ୟ ଆକ୍ରମଣ କରାଗଲା । ବହୁ ବାଦ ବିବାଦ ପରେ ଗତକାଲି ଆରମ୍ଭ ହେଲା ମତଦାନ ଆଉ ଖୋଦ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଇଭିଏମ ଅଦଳବଦଳ ଅଭିଯୋଗ ଆଣିଲେ । ଆଉ ଦୁଇଦଳର ଛକାପଞ୍ଝା ମଧ୍ୟରେ ମତଦାନ ଶେଷ ହେବାପରେ ଷ୍ଟ୍ରଙ୍ଗରୁମରେ ଆଣି ଇଭିଏମ ରଖାଯାଇଛି । ଆସନ୍ତା 24ରେ ଭୋଟ ଗଣତି ହେବାକୁ ଥିବା ବେଳେ ଏହିଦିନକୁ ସାରା ଓଡିଶା ଅପେକ୍ଷା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.