ETV Bharat / state

ଅଙ୍ଗନବାଡି ଦିଦିଙ୍କ ଦାଦାଗିରି ଅଭିଯୋଗ, କେନ୍ଦ୍ରରେ ତାଲା ପକାଇଲେ ଅଭିଭାବକ

author img

By

Published : Jul 26, 2022, 9:47 AM IST

ଅଙ୍ଗନବାଡି କେନ୍ଦ୍ରରେ ପଡ଼ିଲା ତାଲା । ଦୁଇ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ରରୁ ଲୁଟି ଖାଉଥିଲେ ଅଙ୍ଗନବାଡ଼ି ଦିଦି । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଅବିଭାବକ

କେନ୍ଦ୍ରାପଡ଼ା: ହରଡ ଘଣାରେ ଅଙ୍ଗନବାଡ଼ି ଦିଦି । ଗତ ଦୁଇ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ରରୁ ଲୁଟି ଖାଉଛନ୍ତି ଅଙ୍ଗନବାଡ଼ି ଦିଦି । ଏହା ଧରା ପଡ଼ିବା ପରେ ଏବେ ଦିଦିଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଆକୁଳେଇପଡା ପଞ୍ଚାୟତ କାଳିସୀପଡା ଗ୍ରାମର ୧୧ନମ୍ବର ଓ ୧୨ନମ୍ବର ୱାର୍ଡର ଥିବା ଅଙ୍ଗନବାଡ଼ି କେନ୍ଦ୍ରରୁ ଏଭଳି ଅଭିଯୋଗ ଆସିଛି ।

ଏହି ଅଙ୍ଗନବାଡି କେନ୍ଦ୍ରରେ ଛଅ ମାସ ହୋଇଯିବ ରୋଷେଇ ହେଉନି । ଫଳରେ ପିଲାମାନେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରୁ ଖାଇବାକୁ ପାଇନାହାଁନ୍ତି । ଯେଉଁଠି ସରକାରଙ୍କ ନିୟମ ରହିଛି ଯେ ପିଲା ସ୍କୁଲ ନଆସିଲେ ମଧ୍ୟ ତାଙ୍କ ଘରେ ନେଇ ଖାଦ୍ୟ ପହଁଞ୍ଚାଇବା କଥା । କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିିଳିଛି । ଖାଲି ସେତିକି ନୁହେଁ ସ୍କୁଲକୁ ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା ବାଣ୍ଟନ୍ତି ନାହିଁ କି ଗର୍ଭବତୀଙ୍କ ପାଇଁ ଆସୁଥିବା ଛତୁଆ ଦିଅନ୍ତି ନାହିଁ ଦିଦି ।

ଏନେଇ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିଲେ ଗାଳିଗୁଲଜ କରୁଛନ୍ତି । କଥା ସେତିକିରେ ଅଟକିନି । ଅଙ୍ଗନବାଡି କେନ୍ଦ୍ର ଅଫିସର ଆସବାବପତ୍ର ପାଇଁ ଆସିଥିବା ଟଙ୍କାକୁ ଜାଲ୍‌ ଦସ୍ତଖତ କରି ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଅବିଭାବକ । ଏନେଇ ସିଡିପିଓଙ୍କୁ ବାରମ୍ବାର ଗୁହାରି କରିବାପରେ ଫଳ ଶୂନ । ଶେଷରେ ବାଧ୍ୟ ହୋଇ ପିଲାମାନଙ୍କ ଅଭିଭାବକ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଦେଇଥିଲେ । ଏହାସହ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ଅଭିଭାବକ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଅଙ୍ଗନବାଡ଼ି ସହାୟିକା ଇନ୍ଦୁରେଖା ବିଶ୍ୱାଳ ଓ ଶିଶୁ ସୁରକ୍ଷା ବିକାଶ ଅଧିକାରିଣୀଙ୍କ ଗୁମର ଖୋଲିଛନ୍ତି ।

ଏ ବିଷୟରେ ଶିଶୁ ବିକାଶ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଅଙ୍ଗନବାଡ଼ି ଦିଦିଙ୍କ ବିଷୟରେ ଅଭିଯୋଗ ପାଇଛି । ଘଟଣା ଉପରେ ତଦନ୍ତ ଚାଲିଛି । ଯଦି ଅଙ୍ଗନବାଡ଼ି ଦିଦି ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.