ETV Bharat / state

ସାମୂହିକ ଛୁଟିରେ ପିଇଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

author img

By

Published : Aug 18, 2023, 6:13 PM IST

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ଗଣଧାରଣା ଦେଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଦୀର୍ଘ ଦିନ ଧରି ଦାବି କରୁଥିଲେ ବି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

କେନ୍ଦ୍ରାପଡ଼ା: ଅମଲାଙ୍କ ପରେ ପରେ ଏବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କରିଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ । ପ୍ରଥମେ ଦାବି କରିଥିଲେ ବି ପୂରଣ ନହେବାକୁ ପରେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିଲେ । ଆଉ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ଗଣଧାରଣା ଦେଇଛନ୍ତି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ବ୍ଲକର ନିର୍ବାହୀ ଅଧିକାରୀମାନେ ସାମୂହିକ ଛୁଟିରେ ଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ 3 କରିବା ସହିତ ଦରମା ହାର ଲେବୁଲ୍‌ 5ରୁ ଲେବୁଲ୍ 9 କରିବାକୁ ଦାବି ହୋଇଛି । ଅର୍ଥାତ୍‌ ଦରମା ବାବଦକୁ 35 ହଜାର 400 ଟଙ୍କା ଦରମା କରିବା ଏବଂ ଏଥିସହିତ ନୂତନ ପଦବୀ ସୃଷ୍ଟି କରି ୧୦୦ ପ୍ରତିଶତ ପଦୋନ୍ନତି ଭଳି 2 ଦଫା ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାର 9ଟି ବ୍ଲକ୍‌ର 152 ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସରକାରଙ୍କର ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରୁ ଆରମ୍ଭ କରି ବନ୍ୟା ବାତ୍ୟା ତଥା ନିର୍ବାଚନରେ ସରକାରଙ୍କୁ ସହଯୋଗ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଯାହାଫଳରେ ସେମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଆଦିତ୍ୟ ନାରାୟଣ ରାଉତ କହିଛନ୍ତି, "ଚଳିତ ମାସ 7 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରି ଦାବି କରିଆସୁଥିଲେ ସୁଦ୍ଧା ସରକାର ଦୃଷ୍ଟି ଦେଉନାହାନ୍ତି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରଙ୍କର ସମସ୍ତ କାର୍ଯ୍ୟରେ ସାହାଯ୍ୟ କରି ଆସୁଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସରକାର କୌଣସି ବି ଆଲୋଚନା କଲେ ନାହିଁ କିମ୍ବା କୌଣସି ନିଷ୍କର୍ଷ ବାହାରି ନାହିଁ । ଯାହାଫଳରେ ରାଜ୍ୟ ସଂଘ ନିଷ୍ପତିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଉଛି ।"

ଏହା ବି ପଢନ୍ତୁ...2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ 249ଟି ପଞ୍ଚାୟତ ରହିଥିବାବେଳେ ମାତ୍ର 152 ଜଣ ନିର୍ବାହୀ ଅଧିକାରୀ ଦୁଇ ଦୁଇଟି ପଞ୍ଚାୟତର ଦାୟିତ୍ୱ ତୁଲାଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ବେଳେବେଳେ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ଦୁଇଦୁଇଟି ବ୍ଲକରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏସବୁ ମଧ୍ୟରେ ସରକାରୀ ଯୋଜନାରେ ଖିଲାପ ହେଲେ ନିଲମ୍ବନ କରାଯାଉଥିବାବେଳେ ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ସଂଘର କାର୍ଯ୍ୟକର୍ତ୍ତା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.