ETV Bharat / state

ପୁଣି ସନ୍ଦେହଜନକ ପାରା ଉଦ୍ଧାର, ଏଥର ଇଂରାଜୀରେ ଲେଖାଯାଇଛି ଚିଠି - letter brought by pigeon in Kendrapara

ପୁଣି ସନ୍ଦେହଜନକ ପାରା ଉଦ୍ଧାର । କେନ୍ଦ୍ରାପଡାରୁ ପାରା ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି l ଅଧିକ ପଢ଼ନ୍ତୁ

suspected pigeon in kendrapara
ଚିଠି ଆଣିଛି ପାରା
author img

By

Published : Jan 4, 2022, 10:48 AM IST

କେନ୍ଦ୍ରାପଡ଼ା: ପୁଣି ଉଦ୍ଧାର ହେଲା ସନ୍ଦେହଜନକ ପାରା । ପାରା ଗୋଡ଼ରେ ଲାଗିଛି ଏକ ମୁଦିଆ, ସେହି ମୁଦିଆରେ କିଛି ଲେଖା ହୋଇଥିବାର ମଧ୍ୟ ଦେଖାଯାଉଛି ।

ଚିଠି ଆଣିଛି ପାରା

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଦଶିପୁର ଗ୍ରାମକୁ ଏକ ପାରା ଉଡ଼ି ଆସିଛି । ପାରା ଗୋଡ଼ରେ ଲାଗିଥିବା ମୁଦିଆରେ ଇଂରାଜୀ ଭାଷାରେ ଭିଏଚପିଏ ଭାଇଜାଗ 1974 2021 ଲେଖାହୋଇଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି l ପାରାଟି କେଉଁଠୁ ଆସିଲା ଓ ତାର ଗୋଡ଼ରେ ଲାଗିଥିବା ମୁଦିଆରେ ଯାହା ସବୁ ଲେଖା ହୋଇଛି ତାର ଅର୍ଥ କଣ ସେନେଇ ଲୋକଙ୍କ ମନରେ ଆଶଙ୍କା ଓ ଆତଙ୍କ ସୃଷ୍ଟି ହୋଇଛି l

ସେହି ଗ୍ରାମର ଜୀବନ ମାଝୀ ନାମକ ଜଣେ ବ୍ୟକ୍ତି ଏହି ପାରାଟିକୁ ଧରି ନିଜ ପାଖରେ ରଖିଛନ୍ତି l ତେବେ ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଗଲେ ବାସ୍ତବ କଥା ପଦାକୁ ଆସିପାରିବ ବୋଲି ସ୍ଥାନିୟ ବାସିନ୍ଦା କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.