ETV Bharat / state

ଗୋବରୀ ଜଳ ପ୍ରଦୂଷଣ: ମାସିକ ୧ ଲକ୍ଷ ତଣ୍ଡ ଗଣିବ କେନ୍ଦ୍ରାପଡା ପୌରପାଳିକା - ଗୋବରୀ ନଦୀ ପ୍ରଦୂଷଣ ପାଇଁ କେନ୍ଦ୍ରାପଡା ପୌରପାଳିକାକୁ ଜରିମାନା

ଗୋବରୀ ଜଳ ପ୍ରଦୂଷଣ ମାମଲାରେ ମାସିକ ୧ ଲକ୍ଷ ତଣ୍ଡ ଗଣିବାକୁ କେନ୍ଦ୍ରାପଡା ପୌରପାଳିକାକୁ ନିର୍ଦ୍ଦେଶ ଦେଲା NGT । ଅଧିକ ପଢନ୍ତୁ

ଗୋବରୀ ଜଳ ପ୍ରଦୂଷଣ: ମାସିକ ୧ ଲକ୍ଷ ତଣ୍ଡ ଗଣିବ କେନ୍ଦ୍ରାପଡା ପୌରପାଳିକା

author img

By

Published : Jul 20, 2022, 9:41 AM IST

କେନ୍ଦ୍ରାପଡ଼ା: ଗୋବରୀ ନଦୀଜଳ ପ୍ରଦୂଷଣ ମାମଲାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(NGT) କଡା ଆଭିମୁଖ୍ୟ ଗ୍ରହଣ କରିଛି । କେନ୍ଦ୍ରାପଡା ଜିଲ୍ଲାର ଜୀବନଧାରା ଗୋବରୀ ନଦୀ ପ୍ରଦୂଷଣ ପାଇଁ ମାସିକ ଲକ୍ଷେ ଟଙ୍କା ତଣ୍ଡ ଗଣିବ ସର୍ବପୁରାତନ କେନ୍ଦ୍ରାପଡା ପୌରପାଳିକା । ମାସିକ ଲକ୍ଷେ ଟଙ୍କା ହିସାବରେ ୨୪ ମାସ ପର୍ଯ୍ୟନ୍ତ ୨୪ ଲକ୍ଷ ଟଙ୍କା ତଣ୍ଡ ଆକାରରେ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛି । ଗତ ୧୩ ତାରିଖରେ ଗୋବର ନଦୀ ପ୍ରଦୂଷଣ ମାମଲାର ଏନଜିଟିରେ ଶୁଣାଣି ହୋଇଥିଲା ।

ଗୋବରୀ ଜଳ ପ୍ରଦୂଷଣ: ମାସିକ ୧ ଲକ୍ଷ ଜରିମାନା ଗଣିବ କେନ୍ଦ୍ରାପଡା ପୌରପାଳିକା

ରବେୟା ତବସୁମ ନାମକ ଜଣେ ମହିଳାଙ୍କ ଦ୍ବାରା ୨୮/୨୨ରେ ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ପ୍ରଦାନ ସତ୍ତ୍ବେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନ-୨୦୧୬(solid waste management rules 2016) ଅନୁଯାୟୀ, ମାସିକ ୧ ଲକ୍ଷ ଟଙ୍କା ହିସାବରେ ଗତ ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏଁ ମୋଟ ଦୁଇ ବର୍ଷ ପାଇଁ ଜରିମାନା ଦେବାକୁ ହେବ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT)ନିର୍ଦ୍ଦେଶ ଦେଇଛି । ଏଥିସହିତ ଏହି ଅଭିଯୋଗର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୪ ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଗୋବରୀ ଜଳ ପ୍ରଦୂଷଣ: ମାସିକ ୧ ଲକ୍ଷ ତଣ୍ଡ ଗଣିବ କେନ୍ଦ୍ରାପଡା ପୌରପାଳିକା

ଗୋବରୀ ନଦୀରେ ସହରର ଅଳିଆ ଆବର୍ଜନା ଛଡା ଯାଉଥିବା ସମ୍ପର୍କରେ ରବେୟା NGTରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗତ ଜୁନ ୩ ତାରିଖ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୧୧ ତାରିଖରେ ସତ୍ୟପାଠ ଦାଖଲ କରାଯାଇଥିଲା । ଏହା ପୂର୍ବରୁ NGT ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଗତ ଏପ୍ରିଲ ମାସରେ ସ୍ଥାନୀୟ ଅଞ୍ଚଳରେ ଏକ ସର୍ଭେ କରାଯାଇଥିଲା । ସହର ନିକଟ ଗୋବରୀ ନଦୀ ମଧ୍ୟକୁ ୫ଟି ସ୍ଥାନରେ ଆବର୍ଜନା ପାଣି ଛଡା ଯାଉଥିବା ତଦନ୍ତ ସମୟରେ ଦେଖିବାକୁ ମିଳିଥିଲା ।

ଏଥିପାଇଁ ଗୋବରୀ ନଦୀର ଜଳ ଅତ୍ୟନ୍ତ ପ୍ରଦୂଷିତ ହୋଇଥିବା ଲ୍ୟାବ୍ ଟେଷ୍ଟରେ ଜଣାପଡିଥିଲା । ସହରର ବିଭିନ୍ନ ସ୍ଥାନକୁ ତଦନ୍ତ କରିବାକୁ ଯାଇଥିବା ଟିମ୍ ପୌରପାଳିକା ମନମାନି କରିଥିବା ହୃଦୟଙ୍ଗମ କରି ଓ ମ୍ୟୁନିସିପାଲିଟି ଅଳିଆ ଆବର୍ଜନା ପ୍ରତି ସମ୍ବେଦନଶୀଳ ନଥିବା ଦର୍ଶାଇ ଏହି ଅର୍ଥଦଣ୍ଡକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ଜମା କରିବା ପାଇଁ NGT ନିର୍ଦ୍ଦେଶନାମା ରହିଛି ।ଏଥିସହିତ ଆବର୍ଜନା ପରିଚାଳନା ପାଇଁ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.