କେନ୍ଦ୍ରାପଡ଼ା: କେ ଫର୍ମ ପଟ୍ଟାକୁ ନେଇ ବିବାଦ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଖରିନାସୀ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ଯରେ ବିବାଦ ଦେଖାଦେଇଛି । ଉତ୍ୟକ୍ତ ଲୋକେ ନାଏବ ସରପଞ୍ଚଙ୍କ ଘରେ ଭଙ୍ଗାରୁଜା କରିବା ସହ ଘର ପୋଡ଼ି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ସାମୁଦ୍ରିକ ଥାନା ଜମ୍ବୁରେ ତିନୋଟି ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରୁଛି ।
ଏହା ମଧ୍ୟ ପଢ଼ନ୍ତୁ: ସରକାରୀ ଜମି ଦୁର୍ନୀତି ଉପରୁ ହଠିବ ପରଦା: ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ 197 ରେକର୍ଡ ଗାୟବ, ଥାନାରେ ମାମଲା
ଅଭିଯୋଗ ଅନୁଯାୟୀ, କେ ଫର୍ମ ପଟ୍ଟା କହି ଜମି ଜାଗାକୁ ସରକାର ନିଜ ଅଧିନକୁ ନନେଇ ଇଡକୋ ନାଁରେ କରି ଦେଇଥିବା ଅଭିଯୋଗ କରି ତିନିଦିନ ଧରି ମହାକାଳପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଶତାଧିକ ମହିଳା ଏବଂ ପୁରୁଷ ଗଣଧାରଣା ଦେଇଥିଲେ। ସରପଞ୍ଚ ଏବଂ ନାଏବ ସରପଞ୍ଚ ସେମାନଙ୍କ ଧାରଣା ସ୍ଥଳକୁ ନଯାଇ ସେମାନଙ୍କୁ ସମର୍ଥନ ଜଣାଇନଥିଲେ । ଆନ୍ଦୋଳନର ତିନି ଦିନ ପରେ ଧାରଣା ପ୍ରତ୍ୟାହାର କରି ମହିଳାମାନେ ଫେରିବା ସମୟରେ ଖରିନାସୀ ନାଏବ ସରପଞ୍ଚ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଲୋକ ନାଏବ ସରପଞ୍ଚଙ୍କ ମୋଟର ସାଇକେଲ ଭାଙ୍ଗିବା ସହିତ ନଡାଛପର ଘର ପୋଡିଦେବାକୁ ଉଦ୍ୟମ କରିଥିବା ସରପଞ୍ଚଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣରେ ଭେଦଭାବ ଅଭିଯୋଗ, ନିରପେକ୍ଷ ମାପ ପାଇଁ ଦାବି
ଏହା ମଧ୍ୟ ପଢ଼ନ୍ତୁ: ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଘେରିଲେ ଅନ୍ତେବାସୀ
ଏହି ଘଟଣାକୁ ନେଇ ସାମୁଦ୍ରିକ ଥାନା ଜମ୍ବୁରେ ତିନୋଟି ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା, ମହାକାଳପଡା ଥାନା ଏବଂ କୁଦାନଗରୀ ଥାନା ଅଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଅନ୍ୟପକ୍ଷରେ ନାଏବ ସରପଞ୍ଚ ୱାଡ ସଭ୍ଯା ଶର୍ମିଳା ହାଲଦାରଙ୍କୁ ଖରାପ ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଲୋକେ ଉତ୍ୟକ୍ତ ହୋଇ ପଞ୍ଚାୟତ କାର୍ଯ୍ଯାଳୟରେ ତାଲା ପକାଇଦେଇଛନ୍ତି । ଯେ ପର୍ଯ୍ୟନ୍ତ ନାଏବ ସରପଞ୍ଚ ଭୁଲ ମାଗିବା ସହିତ ପଦରୁ ଇସ୍ତଫା ଦେଇନାହାଁନ୍ତି ସେ ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା