ETV Bharat / state

ଗହୀରମଥାର ନାସି-୨ ବେଳାଭୂମି: ସମୁଦ୍ର ମଧ୍ୟକୁ ଗଲେଣି ୧୦ଲକ୍ଷ କଇଁଛ ଶାବକ - ଅଲିଭରିଡଲେ କଇଁଛ ସମୁଦ୍ରକୁ ଯିବା ଆରମ୍ଭ

ବିରଳ ଅଲିଭରିଡଲେ କଇଁଛର ଏନ୍ତୁଡ଼ିଶାଳ ଭାବେ ଜଣା ଗହୀରମଥାର ନାସି-୨ ବେଳାଭୂମିରେ ସାମୂହିକ ଅଣ୍ଡାଦାନ କରିଥିଲେ । ଗତ ଦୁଇଦିନ ହେବ ଏହି ଅଣ୍ଡାଗୁଡିକରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଗହୀରମଥାର ନାସି-୨ ବେଳାଭୂମି
ଗହୀରମଥାର ନାସି-୨ ବେଳାଭୂମି
author img

By

Published : May 12, 2022, 7:45 PM IST

କେନ୍ଦ୍ରାପଡା: ବିରଳ ଅଲିଭରିଡଲେ କଇଁଛର ଏନ୍ତୁଡ଼ିଶାଳ ଭାବେ ଜଣା ଗହୀରମଥାର ନାସି-୨ ବେଳାଭୂମିରେ ସାମୂହିକ ଅଣ୍ଡାଦାନ କରିଥିଲେ । ଗତ ଦୁଇଦିନ ହେବ ଏହି ଅଣ୍ଡାଗୁଡିକରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ୨ଦିନରେ ପ୍ରାୟ ୧୦ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇସାରିଲେଣି ।

ଗହୀରମଥାର ନାସି-୨ ବେଳାଭୂମି

ଏହି ପ୍ରକ୍ରିୟା ଆହୁରି ସପ୍ତାହେ ଧରି ଚାଲିବ ବୋଲି ବନବିଭାଗ କହିଛି । ଚଳିତବର୍ଷ ମାର୍ଚ୍ଚ ୨୩ରୁ ୨୮ତାରିଖ ମଧ୍ୟରେ ନାସି-୨ ଦ୍ବୀପରେ ମୋଟ ୫ଲକ୍ଷ ୧ ହଜାର ମା' କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମା'କଇଁଛ ସମୁଦ୍ରକୂଳ ଠାରୁ ନିରାପଦ ଦୂରତ୍ୱକୁ ଆସି ଗୋଟିଏ ଫୁଟରୁ ଦେଢ଼ ଫୁଟ ଗଭୀରର ଗାତ ଖୋଳି ଅଣ୍ଡା ଦେଇଥାନ୍ତି ।

ପ୍ରତ୍ୟେକ ମା' କଇଁଛ ଶହେରୁ ଅଧିକ ଅଣ୍ଡା ଦେଇ ସାରିବା ପରେ ଗାତକୁ ବାଲିରେ ଘୋଡାଇ ସମୁଦ୍ରକୁ ଚାଲି ଯାଇଥାନ୍ତି । ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡା ଗୁଡିକ ୪୫ରୁ ୬୦ ଦିନ ମଧ୍ୟରେ ଫୁଟି ଥାଏ । ସେଥିରୁ ଶାବକ ବାହାରିଥାନ୍ତି ଏବଂ କଇଁଛ ଶାବକ ଗାତରୁ ବାହାରି ସିଧା ସମୁଦ୍ର ମଧ୍ୟକୁ ଯାଇଥାନ୍ତି । ସନ୍ଧ୍ୟାରୁ ସକାଳ ଯାଏଁ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଆଲୋକ ପଡିଲେ କଇଁଛ ଶାବକ ଏଣେତେଣେ ଚାଲିଯିବାର ସମ୍ଭାବନା ଥିବାରୁ ନିକଟସ୍ଥ ଅବଦୁଲ କଲାମ ଦ୍ୱୀପ(ହ୍ବିଲର ଆଇଲାଣ୍ଡ)ର ଉଜ୍ଜ୍ୱଳ ଆଲୋକକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । କଇଁଛଛୁଆ ଗୁଡିକୁ କୁକୁର, ବିଲୁଆ ଓ ଶିକାରୀ ପକ୍ଷୀମାନେ ଖାଇଯିବାର ଆଶଙ୍କା ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କଡା ନିରାପତ୍ତା ଗ୍ରହଣ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.