ETV Bharat / state

ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ

ଚକଡା ଦଳିତ ଗାଁରେ ପ୍ରାୟ 30 ପରିବାର ବସବାସ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳନ୍ତି । ଶୁକ୍ରବାର ଏନେଇ ସାନ୍ତସାହି-ଅଙ୍ଗୁଳାଇ ମୁଖ୍ୟରାସ୍ତାକୁ ବନ୍ଦ କରିବା ସହ ତୁରନ୍ତ ଦାବି ପୂରଣ ପାଇଁ ଗର୍ଜନ କରିଛନ୍ତି ଆନ୍ଦୋଳନରତ ମହିଳା ।

women in protest in kendrapara, kendrapara latest news, road block in kendrapara, କେନ୍ଦ୍ରାପଡାରେ ରାସ୍ତାରୋକ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ମହିଳାଙ୍କ ଆନ୍ଦୋଳନ
ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ
author img

By

Published : Jan 10, 2020, 9:09 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌର ପରିଷଦ ଅଧିନସ୍ଥ 4ନମ୍ବର ୱାର୍ଡର ଚକଡା ଗାଁରେ ପାନୀୟ ପାଣି ଅସୁବିଧା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ମହିଳା। ଶୁକ୍ରବାର ଏନେଇ ସାନ୍ତସାହି-ଅଙ୍ଗୁଳାଇ ମୁଖ୍ୟରାସ୍ତାକୁ ବନ୍ଦ କରିବା ସହ ତୁରନ୍ତ ଦାବି ପୂରଣ ପାଇଁ ଗର୍ଜନ କରିଛନ୍ତି ଆନ୍ଦୋଳନରତ ମହିଳା।

ଚକଡା ଦଳିତ ଗାଁରେ ପ୍ରାୟ 30 ପରିବାର ବସବାସ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ସେ ଆରଡବ୍ଲୁଏସଏସ ବିଭାଗର ଯନ୍ତ୍ରୀଙ୍କୁ ସମସ୍ୟାର ସମାଧାନ ସ୍ବରୂପ ପାଇପ ବିଛାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶୁକ୍ରବାର ଏହି କାମ ଆରମ୍ଭ ହେବା ସମୟରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ପାଇପ ବିଛାଯାଉଥିବା ସ୍ଥାନଟି ତାଙ୍କର ବ୍ୟକ୍ତିଗତ ବୋଲି କହି କାମ ବନ୍ଦ କରାଇଥିଲେ।

ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ

ଫଳରେ କାମ କରିବାକୁ ଆସିଥିବା ସମସ୍ତ ଶ୍ରମିକ ବାଧ୍ୟ ହୋଇ କାମ ବନ୍ଦ କରି ଚାଲିଯାଇଥିଲେ । ଏଥିରେ ଗାଁର ଶହ ଶହ ମହିଳା ରାସ୍ତାରୋକ କରି ଆନ୍ଦୋଳନରେ ବସିଥିଲେ। ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହିଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ସ୍ଥଗିତ ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:10.01.2020
Radhakanta Mohanty, Kendrapada
Slug-od_kpr_road block for water_script_7204459
Anchor-ପାଣି ପାଇଁ ରାସ୍ତାରୋକ।କେନ୍ଦ୍ରାପଡ଼ା ପୌର ପରିଷଦ ଅଧିନ ୪ନଂ ୱାର୍ଡର ଚକଡ଼ା ଗାଁର ଶହଶହ ମହିଳା ଆଜି ପାଣି ପାଇଁ କେନ୍ଦ୍ରାପଡ଼ା ସାନ୍ତସାହି-ଅଙ୍ଗୁଳାଇ ମୁଖ୍ୟରାସ୍ତାକୁ ବନ୍ଦ କରି ରଖିଛନ୍ତି।ସୂଚନାନୁଯାୟୀ ଚକଡ଼ା ଦଳିତ ଗାଁରେ ବସବାସ କରୁଥିବା ମୋଟ ୩୦ ପରିବାର ବର୍ଷର ବିଭିନ୍ନ ସମୟରେ ଜଳାଭାଵ କଷ୍ଟ ଭୋଗ କରିଥାନ୍ତି।ଏହାର ପ୍ରତିକାର କରି ଦଳିତ ପରିବାର ଗୁଡିକୁ ଶୀଘ୍ର ପାଣି ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ RWSS ବିଭାଗର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାପରେ ଆଜିଠାରୁ ଏଠାରେ ପାଇପ ବିଛାଇବା କାର୍ଯ୍ୟ ଆରମ୍ଭ ହେଉଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ପାଇପ ବିଛାଯାଉଥିବା ସ୍ଥାନଟି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ହୋଇଥିବାରୁ ଏଠାରେ କାର୍ଯ୍ୟକୁ ରୋକିଥିଲେ।ଫଳରେ କାମ କରିବାକୁ ଆସିଥିବା ସମସ୍ତ ଶ୍ରମିକ ବାଧ୍ୟ ହୋଇ କାମ ବନ୍ଦ ରଖି ପଳାଇବାରୁ ଦଳିତ ଗାଁର ମହିଳାମାନେ ରାସ୍ତାରୋକ କରିଛନ୍ତି।ତେବେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ଶହଶହ ଗାଡି ମଟର ବନ୍ଦ ରହିବା ପରେ ପ୍ରଶାସନିକ ଅଧିକାରୀ ପହଞ୍ଚିବା ପରେ ରାସ୍ତାରୋକ ସ୍ଥଗିତ ରଖିଛନ୍ତି ଗ୍ରାମବାସୀ।
Body:Byt-ସିପ୍ରା ମଳିକ(ଆନ୍ଦୋଳନକାରୀ)
Byt-ସୁଷମା ମଳିକ(ଚକଡ଼ା ଗ୍ରାମବାସୀ)Conclusion:ଅନ୍ୟ ଏକ ଖବର ସଂଗ୍ରହରେ ବ୍ୟସ୍ତତା ହେତୁ ବିନା ଭଏସ ଓଭର ରେ ପଠାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.