କେନ୍ଦ୍ରାପଡା: ରାଜକନିକାରେ କାଉଡିଆର କଳା କାରନାମା। ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ କାଉଡିଆ ଗିରଫ ।
ରାଜକନିକା ଅଞ୍ଚଳରେ ସୋମବାର ଜଣେ କାଉଡିଆର କଳା କାରନାମା ଦେଖିବାକୁ ମିଳିଛି। ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ କାଉଡିଆକୁ ପୋଲିସ ଗିରଫ କରିଛି ।
ଅଭିଯୁକ୍ତ କାଉଡିଆ ଜଣକ ଅହମ୍ମଦପୁର ଗ୍ରାମର ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆସନ୍ତାକାଲି(ମଙ୍ଗଳବାର) କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ