ETV Bharat / state

ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପ

author img

By

Published : Jun 12, 2020, 5:38 PM IST

ଡିସେମ୍ବର ମାସରେ ନିକିରାଇ ଥାନା, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲାପାଳ ଓ ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସବୁଆଡୁ ନିରାଶ ହେବାକୁ ପଡିଛି ପିଡିତା ନାବାଳିକା ଓ ତାଙ୍କ ପରିବାରକୁ ।

ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପ
ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପ

କେନ୍ଦ୍ରାପଡା: ନିଜ ଗର୍ଭରେ ଥିବା ଶିଶୁ ପାଇଁ ନ୍ୟାୟ ମାଗୁଛି ନାବାଳିକା । ପ୍ରଥମେ ଭଲ ପାଇବା ନାଟକ କରି ଶାରୀରିକ ସମ୍ପର୍କ ରଖି ଭିଡିଓ ଉତ୍ତୋଳନ ଓ ପରେ ନାବାଳିକା ଅନ୍ତସତ୍ତ୍ଵା ହେବାପରେ ପ୍ରତାରଣା କରି ଫେରାର ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଖିଏ ଲୁହ ଆଉ ଗର୍ଭରେ ନ'ମାସର ଶିଶୁକୁ ଧରି ଦୁଃଖ ଯନ୍ତ୍ରଣାରେ ଦିନ କାଟୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ନାବାଳିକା । ଏହି 16 ବର୍ଷୀୟା ନାବାଳିକା ଜଣଙ୍କୁ ତାଙ୍କ ଗାଁର ଜଣେ ଯୁବକ ଭଲ ପାଇବାର ମିଛ ନାଟକ ରଚି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଓ ସମ୍ପର୍କ ସମୟର ଭିଡିଓ ଉତ୍ତୋଳନ କରିବା ପରେ ଏହାକୁ ଭାଇରାଲ କରିବାର ଧମକ ଏବଂ ପରିବାର ବର୍ଗଙ୍କୁ ହତ୍ୟା କରିବା ଧମକ ଦେଇ ବାରମ୍ବାର ନିଜର କାମନାର ଜ୍ବାଳାକୁ ପୂର୍ଣ୍ଣ କରିଥିଲେ ଯୁବକ ଜଣକ । 3ମାସର ଗର୍ଭବତୀ ହେବାପରେ ଯୁବକଙ୍କ ଘରକୁ ଯାଇ ବିବାହ କରିବାକୁ ଜିଦ କରିବାରୁ ଯୁବକ ନିଜେ ଓ ବାପମା’ ମିଶି ନାବାଳିକା ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ଡିସେମ୍ବର ମାସରେ ନିକିରାଇ ଥାନା, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲାପାଳ ଓ ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସବୁଆଡୁ ନିରାଶ ହେବାକୁ ପଡିଛି ନାବାଳିକା ଓ ତାଙ୍କ ପରିବାରକୁ । ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାରେ ଫେଲ ମାରିଛି ପୋଲିସ ଓ ପ୍ରଶାସନ । ଘଟଣା ଘଟିବା ଓ ଏତଲା ଦେବାକୁ 6 ମାସ ବିତିଥିଲେ ମଧ୍ୟ ସମସ୍ତେ ହାତ ବାନ୍ଧି ଚୁପ ବସିଛନ୍ତି । ପ୍ରଶାସନର ନୀରବତା ଦେଖି ନାବାଳିକା ଅନ୍ତସତ୍ତ୍ଵା ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି । ସେପଟେ ଆଖିକୁ ପଥର ଛାତିକୁ ଲୁହା କରି ବାପ ମା ବଞ୍ଚିଥିବା କହିଛନ୍ତି ନାବାଳିକାଙ୍କ ମା । ଅଭିଯୁକ୍ତଙ୍କ ବାପା ବାରମ୍ବାର ଧମକ ଦେବା ଫଳରେ ବାହାରକୁ ଯାଇ କାମଧନ୍ଦା କରିବାକୁ ଅସମର୍ଥ ନାବାଳିକାଟିର ବାପା । କାମଧନ୍ଦାକୁ ଯାଇ ନପାରିବାରୁ ଛ'ପ୍ରାଣୀ କୁଟୁମ୍ବ କେମିତି ଚଳିବେ ସେନେଇ ଚିନ୍ତାରେ ।

ନାବାଳିକା ଜଣଙ୍କ ଦଳିତ ଶ୍ରେଣୀର ହୋଇଥିବାରୁ ଦଳିତ ନେତା ପୋଲିସ ନିକଟରେ ଅଭିଯୁକ୍ତକୁ ଗିରଫ କରିବା ଓ ପୀଡିତାକୁ ନ୍ୟାୟ ପ୍ରଦାନ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନାହିଁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ । ତେଣୁ ବାଧ୍ୟ ହୋଇ ପୀଡିତାଙ୍କ ପରିବାର ସମେତ ଶତାଧିକ ଦଳିତ ଶ୍ରେଣୀର ଲୋକେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଦଳିତ ସମାଜ ଜିଲ୍ଲା ସଭାପତି । ନାବାଳିକାର ସମସ୍ୟା ନେଇ ଇଟିଭି ଭାରତ ପ୍ରତିନିଧି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ତଥା ପୂର୍ବତନ ଅଧ୍ୟକ୍ଷାଙ୍କୁ ଭେଟିବା ପରେ ସେ ଏହି ଘଟଣା ସମ୍ପର୍କରେ ଜାଣିଥିବା ପ୍ରସଙ୍ଗକୁ ପ୍ରଥମେ ଏଡାଇ ଯାଇଥିଲେ । ପରେ ନାବାଳିକା CWC ନିକଟରେ ଦାଖଲ କରିଥିବା ଅଭିଯୋଗର ରିସିଭ କପିରେ ଦସ୍ତଖତ ରହିଥିବା ଦେଖାଇବାରୁ ସେ ପରବର୍ତ୍ତୀ ସମୟରେ ଏହି ଘଟଣା ସମ୍ପର୍କରେ ଜାଣିଥିବା ମାନି ନେଇଥିଲେ ଓ ପୋଲିସ ସହ କଥା ହୋଇ ଯଥାଶୀଘ୍ର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଏଭଳି ସମସ୍ୟା ସଂଖ୍ୟା ବୃଦ୍ଧି ହେଉଛି ଅପରପକ୍ଷରେ ପୋଲିସ ନାବାଳିକାର ଷ୍ଟେଟମେଣ୍ଟ ଉପରେ ଗୁରୁତ୍ବ ଦେଉଥିବାରୁ ଅଭିଯୁକ୍ତମାନେ ଦଣ୍ଡ ପାଇ ପାରୁନାହାନ୍ତି ବୋଲି କହିଛନ୍ତି ସଦସ୍ୟା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.