କେନ୍ଦ୍ରାପଡା: ମାର୍ଶାଘାଇ ଆକାଶରେ ଘୂର୍ଣ୍ଣିଝଡ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଜମ୍ବୁ କେନାଲ ବ୍ରିଜ ନିକଟରେ ଏକ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ ହଠାତ୍ କେନାଲ ବ୍ରିଜ ନିକଟରେ ସୃଷ୍ଟି ହୋଇ କୁସୁନପୁର ଗାଁ ଦେଇ ଅଦୃଶ୍ୟ ହୋଇଯାଇଥିଲା । ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ଏହାର ପ୍ରଭାବରେ ବେଶ କିଛି ସମୟ ପ୍ରବଳ ବର୍ଷା ହୋଇଥିଲା । ତେବେ ସୃଷ୍ଟି ହୋଇଥିବା ଏଭଳି ଘୂର୍ଣ୍ଣିଝଡ ଦେଖିବା ପାଇଁ ଲୋକେ ଘଡିଏ ଅଟକି ରହିଥିଲେ । ଦୃଶ୍ୟଟି ଅତି ଭୟଙ୍କର ଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ଦେଖାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ